ହାତୀ ନିକଟରୁ ଅଳ୍ପକେ ବର୍ତ୍ତିଲା ଜୀବନ, ପଢନ୍ତୁ କିପରି ଫେରିଲା ନିରଞ୍ଜନ

କୋଲକାତାର ପୁରୁଲିଆ ଗାଁରେ ଥିବା ଅଯୋଧ୍ୟା ପାହାଡ ନିକଟରେ ବୁଧବାର ଦିନ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଘଟଣା । ଦୁନିଆର ହିଂସ୍ର ଜୀବ ଭାବେ ଗଣା ଯାଉଥିବା ବିଶାଳ ପ୍ରାଣୀ ହାତୀ ଠାରୁ ଜୀବନ ବଞ୍ଚେଇ ଫେରି ଆସିଛନ୍ତି ଜଣେ ବ୍ୟକ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଘଟଣାଟି ହେଉଛି କୋଲକାତା ପୁରୁଲିଆ ଜିଲ୍ଲା ଘଟବେରା ଗାଁର । ନିରଞ୍ଜନ ସହିସ ନାମକ ଜଣେ ବ୍ୟକ୍ତି ସକାଳୁ ଶୌଚ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ହଠାତ ସେଠାରେ ଏକ ବଣୁଆ ହାତୀ ନିରଞ୍ଜନ ପାଖକୁ ଆସିଥିଲା । କିଛି କରିବା ଆଗରୁ ହାତୀ ତାର ଶୁଣ୍ଢରେ ଗୁଡ଼ାଇ ଧରି ପ୍ରାୟ ୫୦ ମିଟର ଯାଏ ଚାଲିଥିଲା । ସେତେବେଳକୁ ନିରଞ୍ଜନ ଧରି ନେଇଥିଲେ ଯେ ଏଇଠି ତାଙ୍କର ମୃତ୍ୟୁ ହେଲା ବୋଲି । ହେଲେ କିଛି ଦୂରକୁ ଯିବା ପରେ ସେ ନିରଞ୍ଜନଙ୍କୁ ଛାଡି ଦେଇଥିଲା ।

ଏହା ପରେ ଗାଁ ଲୋକେ ନିରଞ୍ଜନଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ପିଠି ଓ ନଳୀ ଗୋଡରେ ଅଘାତ ଲାଗିଛି । ବନ ବିଭାଗ ଅଧିକାରୀ କହିଛନ୍ତି ଗାଁ ଲୋକମାନଙ୍କୁ ଘରେ ଘରେ ଶୌଚାଳୟ କରିବା ପାଇଁ ସଚେତନ କରାଯାଉଛି କିନ୍ତୁ କିଛି ଲୋକ ଏହାକୁ ଖାତିର ନକରି ଜଙ୍ଗଲକୁ ଶୌଚ କରିବାକୁ ଯାଉଛନ୍ତି । ଯାହା ଫଳରେ ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.