Below header

ରାଜ୍ୟର ୮ ବିଧାନସଭା ମଣ୍ଡଳୀର ୯ଟି ବୁଥ୍‌ରେ ହୋଇଛି ସାନି ମତଦାନ

ରାଜ୍ୟର ୮ ବିଧାନସଭା ମଣ୍ଡଳୀର ୯ଟି ବୁଥ୍‌ରେ ହୋଇଛି ସାନି ମତଦାନ। ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ୍‌ ଦେଇଛନ୍ତି ଭୋଟର । ସୁନ୍ଦରଗଡ଼ର ୨ଟି, କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥ୍‌, ବରଗଡ଼ର ୪ ଓ ଆସ୍କାର ୧ଟି ବୁଥ୍‌ରେ ମଧ୍ୟ ସାନି ମତଦାନ ହୋଇଛି। ଗତ ୧୮ରେ ମତଦାନ ବେଳେ ତ୍ରୁଟି ଯୋଗୁ ଏହି ସ୍ଥାନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ସୁନ୍ଦରଗଡ଼ ପୌରାଞ୍ଚଳର ୨୧୩ ନମ୍ବର ବୁଥ୍‌ ଓ ବଣେଇର ୧୨୯ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଯାଇଥିଲା। ୨୧୩ ନମ୍ବର ବୁଥ୍‌ରେ ୯୫୭ଜଣ ଭୋଟର ରହିଛନ୍ତି । ଦଶପଲ୍ଲା ୨୧୦ନଂ ବାହାଡାଝୋଲା,୨୨୨ନଂବେତନଟୀ ବୁଥ୍‌, ଅତାବିରାର ୨୩୫ ନଂ ଅରେଇଗୁଡ଼ି ବୁଥ୍‌, ବରଗଡ଼ ଶକ୍ତିନଗର ପ୍ରାଇମେରୀ ସ୍କୁଲ ୬୮ ନଂ ବୁଥ୍‌, ପଦ୍ମପୁରର ୧୬ନଂ ବୁଥ୍‌ ଡଭା ଓ ସୋରଡ଼ାର ୧୮୨ନମ୍ବର ରେନ୍ତି ବୁଥ୍‌ରେ ସାନି ମତଦାନ ହୋଇଛିି। ବ୍ରଜରାଜନଗର ଚାରମାଲ ପ୍ରକଳ୍ପ ବିଦ୍ୟାଳୟ ୨୫୪ ନମ୍ବର ବୁଥରେ ମଧ୍ୟ ଭୋଟଗ୍ରହଣ ହୋଇଛି। ମତଦାନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.