ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଆସନ୍ତାକାଲିଠୁ ଆହୁରି ବଢ଼ିବ ତାତି

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି । ଅଗ୍ନିବର୍ଷା ହେଉଛି। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ରାଜ୍ୟର । ଟିଟିଲାଗଡ଼ ପାଲଟିଛି ସବୁଠୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ସର୍ବାଧିକ ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିର ଓ ମାଲକାନଗିରିରେ ୪୨.୫, ଝାଗସୁଗୁଡ଼ାରେ ୪୨.୪, ଭବାନୀପାଟଣାରେ ୪୧.୮, ସମ୍ବଲପୁରରେ ୪୧.୬, ହୀରାକୁଦ ୪୧.୨, ସୁନ୍ଦରଗଡ଼ ୪୧, ଫୁଲବାଣୀ ୪୦.୮, ସୋନପୁର ୪୦.୨ ଓ ଅନୁଗୁଳରେ ୪୦.୧ ଡିଗ୍ରୀ ସେଲସିୟସ୍‌ ତାତି ରେକର୍ଡ କରାଯାଇଛି। ଆସନ୍ତାକାଲିଠୁ ରାଜ୍ୟରେ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.