Below header

ଚା କରିବା ସମୟରେ ଫାଟିଲା ଗ୍ୟାସ ସିଲିଣ୍ଡର, ଘଟଣା ସ୍ଥଳରେ ମା ଏବଂ ୨ ପିଲା ମୃତ 

ରୋହତକ ଜିଲ୍ଲା ଗାଁ ରିଠାଲରେ ଛାତି ଥରାଇଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଚା ତିଆରି କରିବା ସମୟରେ ଗୋଟେ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ ହେବା ପରେ ବିସ୍ଫୋରଣ ହୋଇଥିଲା। ଏହି  ଦୁର୍ଘଟଣାରେ ଜଣେ ମହିଳା ଏବଂ ଝିଅ ଓ ପୁଅଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ ଘଟଣା ପରେ ସଦର ଥାନା ପୋଲିସ ଏବଂ ଡ଼ିଏସପି ସଜ୍ଜନ ସିଂହ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ww

ରିପୋର୍ଟ ଅନୁଯାୟୀ ଗତ ଗୁରୁବାର ଅପରାନ୍ହରେ ରିଠାଲ ଗ୍ରାମ ନିବାସୀ ରୀନା ପତ୍ନୀ କର୍ମବୀର ଘରେ ଖାଦ୍ୟ ତିଆରି କରିବା ସମୟରେ ହଠାତ ସିଲିଣ୍ଡର ଫାଟି ଯିବାରୁ ସେଠାରେ ଉପସ୍ଥିତ ଥିବା ତାଙ୍କ ଝିଅ କାଜଲ ଏବଂ ୫ ବର୍ଷୀୟ ପୁଅ କାର୍ତ୍ତିକ ମଧ୍ୟ ନିଆଁ ଘେରରେ ଫସିଯାଇଥିଲେ। ଘରେ ନିଆଁ ଲାଗିବା ଦେଖିବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଂଚିବା ପରେ ସେଠାରେ ୩ଜଣଙ୍କ ମୃତ ଦେହ ପଡିଥିବାର ଦେଖିଥିଲେ।

ସୂଚନା ଅନୁଯାୟୀ ଘଟଣା ସ୍ଥଳରେ ଡ଼ିଏସପି ସଜ୍ଜନ ସିଂହ କହିଛନ୍ତି, ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଏହି ଦୁର୍ଘଟଣା ବାସ୍ତବରେ ଘଟିଛି କି ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.