ଇଣ୍ଟରନେଟରେ ସର୍ଚ୍ଚ କରି ଝିଅକୁ ମାରିବାର ଉପାୟ ଖୋଜିଲା ମା’, ତା’ ପରେ ନେଲା ୩ ମାସ ଛୁଆର ଜୀବନ

ମା’ ଏମିତି ଏକ ଶବ୍ଦ, ଯେଉଁଥିରେ ଦୁନିଆର ସବୁଠାରୁ ମିଠା, ସ୍ନେହ, ଶ୍ରଦ୍ଧା, ପ୍ରେମ ସବୁକିଛି ଭରି ରହିଛି। ଦୁନିଆର ସବୁ ଦୁଃଖ ଜୀବନରେ ଆସିଲେ ମଧ୍ୟ ମା’ କୋଳ ଆଗରେ ସବୁ ଫିକା। ନିଜ ପିଲାପାଇଁ ମା’ କୌଣସି ଶକ୍ତି ସହ ଲଢିଯିବାକୁ ପ୍ରସ୍ତୁତ ରହିଥାଏ। କିନ୍ତୁ ଏହି ଖବର ଶୁଣିବା ପରେ ହୁଏତ ଆପଣ ଅନେକ ଥର ଚିନ୍ତା କରିବାକୁ ବାଧ୍ୟ ହେବେ। ଜଣେ ମା’ କେମିତି ଏପରି କାମ କରିପାରେ, ତାହା ନିଶ୍ଚିତ ଭାବିବେ।
ଜଣେ ମା’ ଜନ୍ମ କଲା ଶିଶୁ କନ୍ୟାକୁ ପାଣିରେ ବୁଡ଼ାଇ ଜୀବନରୁ ମାରି ଦେବା କଥା ହୁଏତ ଆପଣ ବିଶ୍ୱାସ କରିପାରିବେ ନାହିଁ। ଖାଲି ସେତିକି ନୁହେଁ, ପିଲାଟିକୁ କିପରି ହତ୍ୟା କରିବ ମା’ ୟୁଟ୍ୟୁବର ସର୍ଚ୍ଚ କରିଥିଲା। ୟୁଟ୍ୟୁବ ସର୍ଚ୍ଚ କରିବା ପରେ ମା’ ନିଜ ହାତରେ ନିଜ ଜନ୍ମିତ ଛୁଆକୁ ମାରିଦେଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମଧ୍ୟପ୍ରଦେଶ ଉଜୈନରେ ।

ଖବର ପଦାକୁ ଆସିବା ପରେ ମା’କୁ ଗିରଫ କରିଛି ପୋଲିସ। ଏହି ଘଟଣା ଉଜୈନର ଖାଚରୋଦ ଅଞ୍ଚଳର ଘଟିଛି । ଏଠାରେ ରହୁଥିବା ଭଟେୱାରା ପରିବାରର ତିନି ମାସର ଝିଅର ମୃତଦେହ ପାଣି ଟାଙ୍କିରେ ମିଳିଥିଲା। ଝିଅର ଶବ ତୃତୀୟ ମହଲାରେ ଥିବା ପାଣି ଟାଙ୍କିରୁ ମିଳିଥିଲା। ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଅକ୍ଟୋବର ୧୨ରେ ସମ୍ବେଦନଶୀଳ ହତ୍ୟା ମାମଲାରେ ପ୍ରମାଣ ଆଧାରରେ ପୋଲିସ ୩ ମାସର ଝିଅକୁ ହତ୍ୟା କରିଥିବା ମାଆକୁ ଗିରଫ କରିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ହତ୍ୟା ପୂର୍ବରୁ ମା’ ୟୁଟ୍ୟୁବରେ ସର୍ଚ୍ଚ କରି ଝିଅଟିକୁ କିପରି ମାରିବ ତାହା ଦେଖିଥିଲା। ଶେଷରେ, ଅକ୍ଟୋବର ୧୨ ରେ, ମାଆ ଝିଅକୁ ହତ୍ୟା କଲା । ସୋସିଆଲ ମିଡିଆରେ ପିଲାକୁ ହତ୍ୟା କରିବାର ଉପାୟ ଜାଣିବା ଏପରି କାଣ୍ଡ ଘଟାଇଥିଲା। ତେବେ ଏହାପୂର୍ବରୁ ସ୍ୱାମୀ ଅର୍ପିତ, ଶାଶୁ ଅନୀତା ଏବଂ ଶ୍ୱଶୁର ସୁଭାଷ ଭଟେୱାରା ଝିଅର ମା ସ୍ବାତୀଙ୍କ ଉପରେ ହତ୍ୟା ସନ୍ଦେହ କରିଥିଲେ।

ଏସ୍‌ପି ଆକାଶ ଭୁରିଆ କହିଛନ୍ତି ଯେ, ଅକ୍ଟୋବର ୧୨ ତାରିଖ ଅପରାହ୍ନ ୧ଟା ୨୦ ରୁ ୧ଟା ୪୦ ମଧ୍ୟରେ ଘରୁ ନିଖୋଜ ହୋଇଯାଇଥିଲେ। ସେତେବେଳେ ମହିଳାଙ୍କ ସ୍ୱାମୀ ଅର୍ପିତ ଘର ତଳେ ଥିବା ଦୋକାନରେ ଥିଲା । ବାପା କିଛି ସମୟ ପୂର୍ବରୁ ବାହାରକୁ ଯାଇଥିଲେ । ଘରେ ସ୍ୱାତି ଏବଂ ତାଙ୍କ ଶାଶୁ ଅନୀତା ଭାଟେୱାରାଙ୍କ ବ୍ୟତୀତ ଆଉ କେହି ନଥିଲେ। ତଦନ୍ତ ବେଳେ ସ୍ୱାତି ସନ୍ଦେହ ଘେରରେ ଆସିଥିଲେ। ଏହା ଜଣାପଡିଛି ଯେ, ସେ ଅକ୍ଟୋବର ୧୦ରେ ମୋବାଇଲରେ ଇଣ୍ଟରନେଟରେ ସର୍ଚ୍ଚ କରିଥିଲେ ଯେ ପାଣିରେ ବୁଡ଼ି ଝିଅଟିକୁ କିପରି ହତ୍ୟା କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.