ନିଆରା ସଚେତନତା: ମୁମ୍ବାଇ ପୋଲିସ ମାସ୍କ ପିନ୍ଧିବାର ଠିକ ଉପାୟ ବତେଇବା ପାଇଁ ‘3 idiots’ର ନେଲା ସାହାରା !

ଦେଶରେ ପ୍ରତିଦିନ କରୋନା ଭାଇରସର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏଥିରେ ସର୍ବାଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ରାଜ୍ୟରେ ମୁମ୍ବାଇ ଏବଂ ପୁନେରୁ ସବୁଠାରୁ ଅଧିକ କୋଭିଡ-୧୯ ମାମଲା ଆସିବାରେ ଲାଗିଛି। ତେବେ ଏହାରି ଭିତରେ ମୁମ୍ବାଇ ପୋଲିସ ଲୋକଙ୍କୁ ମାସ୍କ ପିନ୍ଧିବା ନେଇ ସଚେତନ କରିବା ଏବଂ ଏହାକୁ ପିନ୍ଧିବାର ଠିକ ତରିକା କହିବା ପାଇଁ ବଲିଉଡ ଫିଲ୍ମ ‘3 idiots’ର ସାହାରା ନେଇଛି।

ମାସ୍କ ପିନ୍ଧିବାର ସଠିକ ଉପାୟ କହିବାକୁ ଯାଇ ପୋଲିସ ଏକ ଗ୍ରାଫିକ୍ସ ସେୟାର କରିଛି। ଏଥିରେ ମାସ୍କ ନ ପିନ୍ଧିବା ଏବଂ ଭୁଲ ଢଙ୍ଗରେ ମାସ୍କ ପିନ୍ଧିବା ବିଷୟରେ ଦର୍ଶାଯାଇଛି। ଉକ୍ତ ଗ୍ରାଫିକ୍ସ ସେୟାର କରି ମୁମ୍ବାଇ ପୋଲିସ ନିଜ ଟୁଇଟରେ ଲେଖିଛି, ‘ଭାଇରସ ସହ ଲଢ଼େଇଲେ ଆପଣ ସେତେବେଳେ ‘All Izz Well’ ରହିବେ, ଯେତେବେଳେ ଆପଣ ଆପଣଙ୍କର ମାସ୍କକୁ ଠିକ ଢଙ୍ଗରେ ପିନ୍ଧିବେ’।