ଗଜପତି ଜିଲ୍ଲାରୁ ଆସିଲା ସେରୋ ସର୍ଭେ ରିପୋର୍ଟ, ଜିଲ୍ଲାରେ ସର୍ବାଧିକ ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି

କେନ୍ୟୁଜ୍(ବ୍ୟୁରୋ):  ଗଜପତି ଜିଲ୍ଲାରୁ ଆସିଲା ସେରୋ ସର୍ଭେ ରିପୋର୍ଟ । ଗଜପତି ପାରଲାଖେମୁଣ୍ଡିରେ ସର୍ବାଧିକ ୬୫ ପ୍ରତିଶତ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ।  ସେରୋ ସର୍ଭେରୁ ଏହା ଜଣାପଡ଼ିଛି ବୋଲି ସାମ୍ବାଦିକ ସମ୍ମିଳନରେ ଆରଏମ୍‌ଆରସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି  କହିଛନ୍ତି । ଜିଲ୍ଲାରେ ୫ଟି ଟିମ ୩ଟି ବର୍ଗକୁ ସେପ୍ଟେମ୍ବର ୧୫ ଓ ୧୮ ତାରିଖରେ ୪ଦିନ ଧରି ଆରଏମଆରସି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେରୋଲୋଜିକାଲ ସର୍ଭେ କରାଯାଇଥିଲା । ୨୦ଟି କ୍ଲଷ୍ଟରରୁ ୧୫୧୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।

ଜିଲ୍ଲାର ଦୁଇ ତୃତୀୟାଂଶ ଲୋକଙ୍କ ପାଖରେ ଆଣ୍ଟିବଡି ସୃଷ୍ଟି ହୋଇଛି । ୪୦ରୁ ୮୦ ପ୍ରତିଶତ କୋଭିଡ ଯୋର୍ଦ୍ଧାଙ୍କ ପାଖରେ ଆଣ୍ଟିବଡି ଡେଭଲପ ହୋଇଛି । ୫୪ ପ୍ରତିଶତ ପୋଲିସ ଏବଂ ୫୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ଆଣ୍ଟିବଡି ଅଛି । ଏପରିକି ପ୍ରଥମ ଥର ପାଇଁ ମହିଳା ଓ ଯୁବତୀଙ୍କ ପାଖରେ ବି କରୋନା ଆଣ୍ଟିବଡି ବିକଶିତ ହୋଇଛି । ୯୫% ଲୋକଙ୍କ ପାଖରେ କୌଣସି ଲକ୍ଷଣ ନଥିବା ରିପୋର୍ଟରେ କୁହାଯାଇଛି । ଆସନ୍ତା ୫ ତାରିଖରେ ମାଲକାନଗିରିରେ ସେରୋ ସର୍ଭେ ହେବ । ସେହିପରି ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ଏବଂ ପରେ କଟକରେ ସର୍ଭେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.