କୁନି ଗାନ୍ଧୀଙ୍କ କରୋନା ସଚେତନତା, ଧଳା ଧୋତିରେ ଚଷମା ସହିତ ବାଡ଼ି ଧରି ସ୍ୱାବ ଦେଇ କରାଉଛନ୍ତି କରୋନା ଟେଷ୍ଟ; ଦେଖନ୍ତୁ ଭିଡିଓ

ମହାତ୍ମା ଗାନ୍ଧୀ ! ଏମିତି ଏକ ନାଁ ଯାହାକୁ ଶୁଣିବା ମାତ୍ରେ ପ୍ରତିଟି ନାଗରିକ ମନରେ ଦେଶପ୍ରେମ ଆପଣା ଛାଏଁ ଜାଗ୍ରତ ହୋଇଯାଏ । ତେବେ କିଛିଦିନ ହେବ ସୋସିଆଲ ମିଡିଆରେ ବିହାନ ବୋରା ନାମକ ଏକ ଦଶ ବର୍ଷର ପିଲାର ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ପିଲାଟି ଗାନ୍ଧୀଙ୍କ ବେଶ ଧାରଣ କରିଛି । ଠିକ ଗାନ୍ଧୀଙ୍କ ପରି ଧଳା ଧୋତି ସହିତ ଆଇକନିକ୍ ଗୋଲାକାର ଚଷମା ତାସହିତ ବାଡ଼ି, କିନ୍ତୁ ଏପରି ବେଶଭୂଷା ପଛର କାରଣ ଜାଣିଲେ ଆପଣ ବି ତାଯୁବ ହୋଇଯିବେ ଆଉ ଭାବିବେ ଏତେ ଛୋଟ ପିଲା ଆଉ ତା ମୁଣ୍ଡରେ ଏତେ ବୁଦ୍ଧି ଆସିଲା କେଉଁଠୁ ?

ତାହେଲେ ଶୁଣନ୍ତୁ ପିଲାଟିର କହିବା ଅନୁଯାୟୀ କରୋନାଭାଇରସ୍ ଏବଂ ପରୀକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ତାଙ୍କର ମୂଳ ଉଦ୍ଦେଶ୍ୟ ଏବଂ ସେ ଆଶା କରୁଛନ୍ତି ଯେ ତାଙ୍କର ଏହି ବେଶଭୂଷା କୋଭିଡ -19 ପାଇଁ ହେଉଥିବା ଟେଷ୍ଟ ବିଷୟରେ ଲୋକଙ୍କୁ ଶିକ୍ଷା ଦେବ । ଏହାସହିତ ସେ କହିଛନ୍ତି ଯେ “କରୋନା ପରୀକ୍ଷା ପାଇଁ ମୋର ସ୍ୱାବ ନମୁନା ନିଆଯାଇଛି । ଏହି ପରୀକ୍ଷାକୁ ନେଇ ଲୋକମାନେ ଭୟଭୀତ ହେବା ଉଚିତ୍ ନୁହେଁ। ଆମେ ସହଯୋଗ କଲେ ହିଁ ଆମ ଦେଶ ସୁସ୍ଥ ରହିବ।”

video courtesy ‘ANI’

ଏହି ଦଶ ବର୍ଷର ବାଳକ ପରି ଅନେକେ ଲୋକ ଏହି ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ସଚେତନତା ସୃଷ୍ଟି କରିବା ପାଇଁ ଅନେକ ପ୍ରକାର ଅଭିନବ ଉପାୟ ଆପଣେଇ ସାରିଛନ୍ତି କିନ୍ତୁ ଯେତେ ପର୍ଯ୍ୟନ୍ତ ଆମେ ନିଜେ ସଚେତନ ନ ହୋଇଛେ ସେପର୍ଯ୍ୟନ୍ତ ଆମେ କରୋନାକୁ ମାତ ଦେଇପାରିବା ନାହିଁ ।