ବଡ ଧରଣର ଡକାୟତି ଉଦ୍ୟମ ଯୋଜନାକୁ ପଣ୍ଡ କଲା ଧର୍ମଶାଳା ପୋଲିସ, ବନ୍ଧୁକ, ଗୁଳି, ଅଳଙ୍କାର, ମାରଣାସ୍ତ୍ର ସହ ୪ ଡକାୟତ ଗିରଫ

ଯାଜପରୁ (କେନ୍ୟୁଜ): ଏକ ବଡଧରଣର ଡକାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ଯାଜପରୁ ଜିଲ୍ଲା ଧର୍ମଶାଳା ପୋଲିସ । ଗତକାଲି ରାତିରେ ଜାରକା ନିକଟ ଦେଉଳି ପାହାଡରେ ଏମାନେ ଏକ ଜୁଏଲାରୀ ଦୋକାନରୁ ଲୁଟ କରିବାକୁ ଯୋଜନା ଚଳାଇଥିବା ବେଳେ ପୋଲିସ ଏମାନଙ୍କୁ କାବୁ କରିଥିଲା । ଘଟଣାସ୍ଥଳରୁ ୪ଜଣଙ୍କୁ ଗିରଫ କରିଥିବା ବେଳେ ୬ଜଣ ଡକାୟତ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ।
ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ନଗଦ ୮ହଜାର ଟଙ୍କା, ରୂପା ଅଳଙ୍କାର, ୨ଟି ବାଇକ୍, ୮ଟି ମୋବାଇଲ ସହ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଡକାୟତମାନେ ହେଲେ ଗଂଜାମ ଜିଲ୍ଲା ଆସ୍କା ଅଞ୍ଚଳର । ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଚୋରି ଡକାୟତି ମାମଲା ରହିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଯାଜପରୁ ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସଚୂନା ଦେଇଛନ୍ତି ।