ଲୋକପ୍ରିୟ ଗାୟକ ମୁନଓ୍ଵର ରାଣାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଆଇସିୟରୁ ଭର୍ତ୍ତି ହୋଇଥିବା ସୂଚନା ଦେଲେ ଝିଅ

ଜଣାଶୁଣା ଗାୟକ ମୁନଓ୍ଵର ରାଣାଙ୍କ ଅବସ୍ଥା ସଙ୍କଟାପନ୍ନ । ସ୍ୱାସ୍ଥ୍ୟବସ୍ଥାରେ ଅବନତି ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଶୀଘ୍ର ସୁସ୍ଥ କାମନା ନେଇ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଅପିଲ୍‌ କରିଛନ୍ତି ତାଙ୍କ ଝିଅ ସୁମୈୟା ।

ଲୋକପ୍ରିୟ ଗାୟକ ମୁନଓ୍ଵର ରାଣାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ଝିଅ ସୁମୈୟା ରାଣା ସୋସିଆଲ ମିଡିଆରେ ବାପାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରାର୍ଥନା କରିବା ପାଇଁ ଅପିଲ କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ତାଙ୍କ ଝିଅ କହିଛନ୍ତି । ଗତ କିଛିଦିନ ହେଲାଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥିବା ବେଳେ ଆଜି ହଠାତ୍‌ ତାଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଛି ।

ଖବର ମୁତାବକ, ମୁନଓ୍ଵରଙ୍କ ଝିଅ ସୁମୈୟା କହିଛନ୍ତି, ଗତ ୩ ଦିନ ହେଲାଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନାହିଁ ବୋଲି କହିଛନ୍ତି । ତାଙ୍କର ଚିକିତ୍ସା ଚାଲିଛି । ଡାକ୍ତର ତାଙ୍କୁ ଅବଜରଭେସନରେ ରଖିଛନ୍ତି । ଆଗାମୀ ୭୨ ଘଣ୍ଟା ମୁନଓ୍ଵରଙ୍କ ପାଇଁ କ୍ରିଟିକାଲ । ଖୁବଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଝିଅ ଆଶା ରଖିଛନ୍ତି ।

ଗତ କିଛିଦିନ ହେଲାଣି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନାହିଁ । ତାଙ୍କୁ ଲକ୍ଷ୍ନୌର ଏସଜିପିଜିଆଇ ହସପିଟାଲରେ ଆଡମିଟ୍‌ କରାଯାଇଛି । ଏହାପୂର୍ବରୁ ଦିଲ୍ଲୀରେ ତାଙ୍କ ଚିକିତ୍ସା ଚାଲିଥିଲା । କିଡନୀ ଜନିତ ରୋଗରେ ପୀଡିତ ରହିଛି ମୁନଓ୍ଵର । ତାଙ୍କର ଅନେକ ଥର ଡାଏଲସିସ୍‌ ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ମୁନଓ୍ଵର ରାଣା ଜଣେ ଲୋକପ୍ରିୟ ଗାୟକ । ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିସାରିଛି । ଏହାପୂର୍ବରୁ ତାଙ୍କୁ ମୋତି ରତନ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.