ପୁଣି ଶ୍ରଦ୍ଧା ଭଳି ହତ୍ୟାକାଣ୍ଡ, ପ୍ରେମିକାକୁ ହତ୍ୟା କରିବା ପରେ କଟର ମେସିନରେ କାଟି ଫ୍ରିଜରେ ରଖିଥିଲା ପ୍ରେମିକ

ଦିଲ୍ଲୀ ପରେ ହାଇଦ୍ରାବାଦରେ ପୁଣି ଶ୍ରଦ୍ଧା ଓ୍ଵାକର ଭଳି ହତ୍ୟା । ପ୍ରେମିକାକୁ ମାରିବା ପରେ ମୃତଦେହକୁ ୬ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା ପ୍ରେମିକ । ଘଟଣାର ଖୁଲାସା ପରେ ଅଭିଯୁକ୍ତକୁ ପୋଲିସ କଲା ଗିରଫ ।

ପୁଣି ଶ୍ରଦ୍ଧା ଓ୍ଵାକର ଭଳି ହତ୍ୟାକାଣ୍ଡ । ଏମିତି ଘଟଣା ହାଇଦ୍ରାବାଦରେ ପୁଣି ଘଟିଛି । ଧାର ନେଇଥିବା ଟଙ୍କା ମାଗିବାରୁ ନିଜ ୫୫ ବର୍ଷୀୟା ପ୍ରେମିକଙ୍କୁ ମାରିଦେଲା ୪୮ ବର୍ଷୀୟ ବୟଫ୍ରେଣ୍ଡ। ପ୍ରେମିକାକୁ ମାରିବା ପରେ ପଥର କଟା ମେସିନରେ ମୃତଦେହକୁ ଓ ମୁଣ୍ଡକୁ ୬ ଖଣ୍ଡ କରିଛି ପ୍ରେମିକା । ଏହାକୁ ଘରେ ଫ୍ରିଜରେ କିଛି ଦିନ ରଖିବା ପରେ ନିକଟସ୍ଥ ଡମ୍ପିଂୟାଡରେ ଖଣ୍ଡବିଖଣ୍ଡିତ ମୁଣ୍ଡକୁ ଫୋପାଡ଼ିଥିବା ବେଳେ ଧରା ପଡିଲା ପ୍ରେମିକ ।

ଦକ୍ଷିଣ ପୂର୍ବ ଜୋନର ଡିସିପି ରୁପେଶ ଚେନ୍ନୁରୀ କହିଛନ୍ତି, ମୃତା ମହିଳା ଜଣକ ୫୫ ବର୍ଷୀୟା ୟେରମ ଅନୁରାଧା ରେଡ୍ଡି ବୋଲି ଜଣାଯାଇଛି। ତାଙ୍କ ହତ୍ୟା ଅଭିଯୋଗରେ ପୋଲିସ ପ୍ରେମିକ ବି ଚନ୍ଦ୍ରମୋହନଙ୍କୁ ଗିରଫ କରିଛି । ଚନ୍ଦ୍ରମୋହନ ସେୟାର ବାଜାରରେ ଅନଲାଇନ ଟ୍ରେଡିଂ କରୁଥିଲେ ।

ମୃତ ଅନୁରାଧା ଦୀର୍ଘ ବର୍ଷ ହେବ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ବେଳେ ସୁଧରେ ଟଙ୍କା ଧାର ଦେଇ ନିଜ ଗୁଜରାଣ ମେଣ୍ଟାଉଥିଲେ। ଇତି ମଧ୍ୟରେ ତାଙ୍କର ଚନ୍ଦ୍ରମୋହନଙ୍କ ସହ ପରିଚୟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ୧୫ ବର୍ଷ ହେବ ପ୍ରେମ ସମ୍ପର୍କ ଚାଲିଥିଲା। ଏପରିକି ସେ ଚନ୍ଦ୍ରମୋହନଙ୍କ ଘରର ତଳ ମହଲାରେ ରହୁଥିଲେ। ଚନ୍ଦ୍ରମୋହନ ୨୦୧୮ ମସିହାରେ ଅନୁରାଧାଙ୍କଠାରୁ ୭ ଲକ୍ଷ ଟଙ୍କା ଧାର ନେଇଥିବା ବେଳେ ଆଉ ଫେରାଇ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ତିକ୍ତ ହେବାକୁ ଲାଗିଲା।

ଉଭୟଙ୍କ ମଧ୍ୟରେ ଝଗଡା ଲାଗିବା ବେଳେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଚନ୍ଦ୍ରମୋହନ ଏକ ଛୁରୀରେ ଅନୁରାଧାଙ୍କୁ ବାରମ୍ବାର ଆଘାତ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ମୃତଦେହକୁ ଫୋପାଡିବା ପାଇଁ ଏକ ପଥର କଟା ମେସିନ ଆଣି ଅନୁରାଧାଙ୍କ ମୁଣ୍ଡ ଓ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲା। ତା’ ପରେ ପଲିଥିନରେ ବଡ଼ ଫ୍ରିଜରେ ଭର୍ତ୍ତି କରି ରଖି ମୃତଦେହରୁ ଦୁର୍ଗନ୍ଧ ଯେପରି ବାହାରକୁ ନ ଯିବ ସେଥିପାଇଁ ଘରେ ପରଫ୍ୟୁମ, ଧୂପକାଠି ଆଦିର ବହୁଳ ବ୍ୟବହାର କରୁଥିଲା।

କିଛି ଦିନ ଯିବା ପରେ ଅନୁରାଧାଙ୍କ ଖଣ୍ଡବିଖଣ୍ଡିତ ମୁଣ୍ଡକୁ ଏକ ଜରି ବ୍ୟାଗରେ ଭର୍ତ୍ତି କରି ଡମ୍ପିଂୟାର୍ଡରେ ଫୋପାଡ଼ି ଥିଲା । ଜରି ବ୍ୟାଗରେ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୁଣ୍ଡ ଦେଖି ସଫେଇ କର୍ମଚାରୀ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.