ନାସିକରେ ଧର୍ମଗୁରୁଙ୍କୁ ଗୁଳିକରି ହତ୍ୟା, ହତ୍ୟାକାରୀ ଫେରାର

ମହାରାଷ୍ଟ୍ର ନାସିକ ଜିଲ୍ଲାରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଜଣେ ଧର୍ମ ଗୁରୁଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ନାସିକ ସ୍ଥିତ ୟେଓଲା କସ୍ବେରେ ତାଙ୍କୁ ହତ୍ୟା କରାଯାଇଛି। ଏନେଇ ପୁଲିସ କହିଛି ୩୫ ବର୍ଷୀୟ ମୃତକ ଜଣକ ହେଉଛନ୍ତି ଖ୍ୱାଜା ସୈୟଦ ଚିସ୍ତି। ସେ ୟେଓଲାରେ ସୁଫି ବାବା ନାମରେ ପରିଚିତ ଥିଲେ। ତେବେ ବର୍ତ୍ତମାନ ଯାଏ ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଖ୍ୱାଜା ସୈୟଦ ଚିସ୍ତେ ଆଫଗାନିସ୍ତାନେ ରହୁଥିଲେ। ତା’ ପରେ ଏବେ ନାସିକରେ ରହୁଥିଲେ। ଆକ୍ରମଣକାରୀ ତାଙ୍କ ମୁଣ୍ଡକୁ ଗୁଳି ମାରିଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପୋଲିସ କହିଛି, ଏହି ହତ୍ୟାକାଣ୍ଡରେ ୪ ଜଣ ଦୃର୍ବୁତ୍ତ ସାମିଲ ରହିଥିଲେ। ଘଟଣାସ୍ଥଳରୁ ତାଙ୍କ ଏସୟୁଭି ଜବତ କରାଯାଇଛ। ତେବେ ଏହି ହତ୍ୟା କରିବା ପରେ ଚାରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଥିଲେ।

ମହାରାଷ୍ଟ୍ରର ନାସିକରେ ସୁଫି ବାବା ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତଥାପି ଆର୍ଥିକ ବିବାଦ ଯୋଗୁଁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି, ସୁଫି ଖ୍ଵାଜା ସୈୟଦ ଚିସ୍ତେ ଆଫଗାନୀ ମୌଲବୀ। ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରୁଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.