ଢେଙ୍କାନାଳ: ଜଙ୍ଗଲୀ ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ, ଏପଟେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଖି ବୁଜିଲା ଦନ୍ତା

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ହିନ୍ଦୋଳ ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟରେ ଜଙ୍ଗଲୀ ହାତୀ ଆକ୍ରମଣରେ କର୍ଣ୍ଣପୁର ଠାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟପଟରେ ଅସରଡା ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି ।

ଏକା ସାଙ୍ଗରେ ଏହି ଅଞ୍ଚଳରେ ହାତୀ ଏବଂ ଅନ୍ୟ ସ୍ଥାନରେ ମଣିଷ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ଏନେଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ କର୍ଣ୍ଣପୁରରେ ମୃତ୍ୟୁବରଣ କରିଥିବା ଗ୍ରାମର ଭ୍ରମରବର ବେହେରା ବୋଲି ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ପୃଥକ ପୃଥକ ଭାବେ ତଦନ୍ତ ଆରମ୍ଭ କରିଛି ।

You might also like