ମିଆଁମାରରେ ରାଜନୈତିକ ସଙ୍କଟ: ନୋବେଲ ଶାନ୍ତି ବିଜୟିନୀ ଆଙ୍ଗ ସାନ ସୁ କି ଏବଂ ରାଷ୍ଟ୍ରପତିଙ୍କୁ ଅଟକ, ବର୍ଷେ ପର୍ଯ୍ଯନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ପଡୋଶୀ ଦେଶ ମିଆଁମାରରେ ରାଜନୈତିକ ସଙ୍କଟ। ମିଆଁମାର ସେବା ନୋବେଲ ଶାନ୍ତି ବିଜୟିନୀ ତଥା ମିଆଁମାରର ସବୁଠୁ ବଡ ନେତା ଆଙ୍ଗ ସାନ ସୁ କି ଓ ରାଷ୍ଟ୍ରପତି ବିନ୍ ମିଣ୍ଟଙ୍କୁ ଅଟକ ରଖି ହାତକୁ ଶାସନ କ୍ଷମତା ନେଇଛି । ଆଜି ଭୋର ସମୟରେ ଚଢ଼ାଉ କରି ମିଆଁମାରର ସେନା ସୁ କି, ରାଷ୍ଟ୍ରପତି ବିନ୍ ମିଣ୍ଟ ଏବଂ ଦଳର ନେତାଙ୍କୁ ଅଟକ ରଖିଛି। ଏହା ସହିତ ବର୍ଷକ ପାଇଁ ମିଆଁମାରରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ମିଆଁମାରର ସେନା ଟେଲିଭିଜନର କହିବା ଅନୁସାରେ, ସେନା ଏକ ବର୍ଷ ପାଇଁ ଦେଶକୁ ନିୟନ୍ତ୍ରଣ କରି ନେଇଛି ଓ ସେନା କମାଣ୍ଡର ଇନ୍ ଚିଫ୍ ଆଙ୍ଗା ହ୍ବାଇଙ୍ଗଙ୍କ ପାଖରେ କ୍ଷମତା ରହିବ।

ଶାସନରେ ଥିବା ପାର୍ଟି ନାଶ୍ନାଲ୍ ଲିଗ୍ ଫର୍ ଡେମୋକ୍ରାସିର ଜଣେ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ ପାର୍ଟି ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରି କହିଛନ୍ତି, ଆଇନ ବିରୋଧରେ ଯାଇ କୌଣସି ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ। ସରକାର ଏବଂ ଶକ୍ତିଶାଳୀ ସେନା ମଧ୍ୟରେ ବଢ଼ି ଚାଲିଥିବା ତିକ୍ତତାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯାହାକି ନିର୍ବାଚନ ପରେ ଆରମ୍ଭ ହୋଇଯାଇଥିଲା ।

army
photo credit: TNYT

ମିଆଁମାର ସେନାର କହିବା ଅନୁସାରେ, ନିର୍ବାଚନରେ ଦୁର୍ନୀତି ହୋଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦେଶର ବିଭିନ୍ନ ସହରରେ ସେନା ଛାଉଣୀ କରି ରଖାଯାଇଛି। ବିଭିନ୍ନ ସ୍ଥାନରେ ସୈନ୍ୟବାହିନୀଙ୍କୁ ମୁତୟନ କରାଯାଇଛି, ଯେପରି କେହି ବିରୋଧ ନକରନ୍ତି। ଉଲ୍ଲେଖନୀୟ ଯେ, ମିଆଁମାରରେ ଦୀର୍ଘ ସମୟ ଧରି ସେନାର ଶାସନ ଚାଲିଥିଲା। ୧୯୬୨ରୁ ନେଇ ୨୦୧୧ପର୍ଯ୍ୟନ୍ତ ଦେଶରେ ସେନାର ଏକଛତ୍ରବାଦୀ ଶାସନ ଚାଲିଥିଲା। ୨୦୧୦ରେ ମିଆଁମାରରେ ସାଧାରଣ ନିର୍ବାଚନ ହୋଇଥିଲା ଓ ୨୦୧୧ରେ ଦେଶରେ ‘ନାଗରିକ ସରକାର’ ଗଠନ ହୋଇଥିଲା, ଯାହାଫଳରେ ଜନତାଙ୍କ ଦ୍ବାରା ନିର୍ବାଚିତ ପ୍ରତିନିଧିଙ୍କୁ ଶାସନ କରିବାର ସୁଯୋଗ ମିଳିବ। ନାଗରିକ ସରକାର ହେବା ପରେ ଅସଲି ଶାସନ କ୍ଷମତା ‘ଆର୍ମି’ ପାଖରେ ରହିଥାଏ।

ଏହି ଘଟଣାରେ ଆମେରିକା, ଅଷ୍ଟ୍ରେଲିଆ ସମେତ ଅନେକ ଦେଶ ଚିନ୍ତାପ୍ରକଟ କରିଛନ୍ତି। ମିଆଁମାର ସେନା ଆଇନର ସମ୍ମାନ କରିବା ପାଇଁ ଅପିଲ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.