ଶତକରୁ ସାତ ପାଦ ଦୂରରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତରେ ଦକ୍ଷିଣ କୋରିଆର ଯାତ୍ରା ସମାପ୍ତ କରି ସ୍ବଦେଶ ଫେରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଏହା ୫ ବର୍ଷର ଦ୍ବିତୀୟ ଦକ୍ଷିଣ କୋରିଆ ଗସ୍ତ ଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ୨୦୧୯ ଲୋକସଭା ନିର୍ମାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବରେ ଏହା ତାଙ୍କର ଶେଷ ଅଫିସିଆଲ ବିଦେଶ ଗସ୍ତ ଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଶତକ କରିବାକୁ ଆଉ ମାତ୍ର ୭ ପାଦ ଦୂରରେ ରହିଯାଇଛନ୍ତି। କ୍ରିକେଟ ଭାଷାରେ କହିଲେ ସେ ବିଦେଶରେ ନର୍ଭସ ନାଇନଟିରେ ପହଁଚି ଯାଇଛନ୍ତି। ମୋଦିଙ୍କର ପ୍ରଧାନ ମନ୍ତ୍ରୀ ହେବା ପରେ ୫୫ ମାସରେ ୯୩ ଥର ବିଦେଶ ଗସ୍ତ କରିଛନ୍ତି। ଏଥି ମଧ୍ୟରୁ ଗୋଟିଏ ଦେଶକୁ ଦୁଇ କିମ୍ବା ତାହା ଠାରୁ ଅଧିକ ଗସ୍ତ କରିଛନ୍ତି। ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ବରାବରୀ କରିଛନ୍ତି। ସେ ୧୦ ବର୍ଷରେ ୯୩ ଥର ବିଦେଶ ଗସ୍ତ କରିଥିଲେ।
କିନ୍ତୁ ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଏହି ମାମଲାରେ ପଛରେ ରହିଯାଇଛନ୍ତି। ସେ ୧୬ ବର୍ଷରେ ୧୧୩ ଥର ବିଦେଶ ଗସ୍ତ କରିଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୪୮ ଥର ବିଦେଶ ଗସ୍ତ କରିଛନ୍ତି। ସେହିଭଳି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୯୪୭ରୁ ନେଇ ୧୯୬୨ ମଧ୍ୟରେ ୬୮ ଥର ବିଦେଶ ଗସ୍ତ କରିଥିଲେ।
କେଉଁ କେଉଁ ସ୍ଥାନ ଯାଇଛନ୍ତି
-ମୋଦି ୫ ବର୍ଷରେ ମୋଟ ୪୯ ଥର ବିଦେଶ ଯାତ୍ରା କରିଛନ୍ତି। ଏହି ସମୟରେ ସେ ୯୩ ଦେଶ ଯାଇଛନ୍ତି। ଏଥିମଧ୍ୟରୁ ୪୧ ଦେଶ ଏମିତି ରହିଛି ଯାହାକୁ ସେ ଥରେ ଯାଇଛନ୍ତି।
-୧୦ ଦେଶକୁ ସେ ଦୁଇ ଥର ଯାଇଛନ୍ତି। ଫ୍ରାନ୍ସ ଏବଂ ଜାପାନ ୩-୩ ଥର ଯାଇଥିଲେ। ଋଷ୍ , ସିଙ୍ଗାପୁର , ଜର୍ମାନୀ ଏବଂ ନେପାଳ ୪-୪ ଥର ଯାଇଛନ୍ତି। ଚୀନ ଏବଂ ଆମେରିକା ୫-୫ ଥର ଯାଇଛନ୍ତି।
କେତେ ଖର୍ଚ୍ଚ ହୋଇଛି
-ଦକ୍ଷିଣ କୋରିଆ ପୂର୍ବରୁ ମୋଦି ଯେଉଁ ୯୨ ଥର ଗସ୍ତ କରିଥିଲେ, ସେଥିପାଇଁ ପ୍ରାୟ ୨୦୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାର ଅର୍ଥ ହେଉଛି ଗୋଟିଏ ଯାତ୍ରାରେ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।
-ୟୁପିଏ-୧ ସରକାରରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୫୦ ଥର ବିଦେଶ ଯାତ୍ରାରେ ୧୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
କଣ ମିଳିଲା
-ପ୍ରଧାନ ମନ୍ତ୍ରୀ ଏହି ୯୩ ଥର ଗସ୍ତରେ ପ୍ରାୟ ୪୮୦ ବୁଝାମଣା ଏବଂ ଏମଓୟୁରେ ହସ୍ତାକ୍ଷର କରିଛନ୍ତି। ମୋଦି ସବୁଠୁ ଅଧିକ ଗସ୍ତ ୨୦୧୫ରେ କରିଥିଲେ।
-୨୦୧୬ ଏବଂ ୨୦୧୮ରେ ୧୮-୧୮ ଦେଶ ଯାଇଛନ୍ତି। ୨୦୧୭ରେ ସେ ୧୯ ଦେଶ ଯାଇଛନ୍ତି। ସେ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ପ୍ରଥମ ବର୍ଷରେ ୧୩ ଟି ଦେଶ ଗସ୍ତ କରିଥିଲେ। ୨୦୧୯ରେ ଦକ୍ଷିଣ କୋରିଆ ହେଉଛି ମୋଦିଙ୍କର ପ୍ରଥମ ବିଦେଶ ଗସ୍ତ କରିଛନ୍ତି। ଏହା ପୂର୍ବରୁ ସେ ଆର୍ଜେଣ୍ଟିନା ଯାଇଥିଲେ।