Below header

ଆସନ୍ତାବର୍ଷ ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ରାମମନ୍ଦିରର ଉଦ୍‌ଘାଟନ, ମୋଦି କରିବେ ଉଦ୍‌ଘାଟନ

ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରର ଉଦ୍‌ଘାଟନ ହେବ । ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦଘାଟନ କରିବେ । ପ୍ରାଣ ପ୍ରତିଷ୍ଠା ହେବାର ଗୋଟେ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ । ୧୬୦ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ ପଠାଯିବ । ଅଯୋଧ୍ୟାର ସମସ୍ତ ପ୍ରମୁଖ ମଠର ସନ୍ଥମାନଙ୍କୁ ନିମନ୍ତ୍ରଣ ପଠାଯିବ ।

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟିତ ହେବା ନେଇ ତାରିଖ ଘୋଷଣା ହୋଇଛି । ଅଯୋଧ୍ୟାରେ ଚାଲିଥିବା ବୈଠକରେ ରାମ ଲାଲାଙ୍କୁ ୨୨ ଜାନୁଆରୀ ୨୦୨୪ ରେ ଗର୍ଭଗୃହରେ ବିରାଜମାନ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦଘାଟନ କରିବେ । ପ୍ରାଣ ପ୍ରତିଷ୍ଠା ହେବାର ଗୋଟେ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ ।

ଖବର ମୁତାବକ, ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରର ଉଦ୍‌ଘାଟନ ହେବ । ରାମ ମନ୍ଦିରର ଗ୍ରାଉଣ୍ଡ ଫେ୍‌ଲାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ବେଳେ ଗର୍ଭଗୃହ ପୂର୍ବରୁ ହୋଇସାରିଛି । ଅନ୍ୟ କାମ ଆସନ୍ତା ୩ ମାସ ମଧ୍ୟରେ ସାରିବାକୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ମନ୍ଦିର ଉଦଘାଟନ ହେବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବଙ୍କ ସମ୍ବନ୍ଧରେ ଚାଲିଥିବା ମାରାଥନ ବୈଠକରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପରିଚାଳନା କମିଟିର ରେନ୍ସ ଆରଏସଏସ ନେତା ଭାୟା ଜୀ ଯୋଶୀଙ୍କ ହାତରେ ରହିବ ।

ତେବେ ରାମ ମନ୍ଦିର ଉଦ୍‌ଘାଟନ ନେଇ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଅପେକ୍ଷା କରି ରହିଛନ୍ତି । ତେଣୁ ଅଧିକ ସଂଖ୍ୟାରେ ଲୋକ ଆସି ଯୋଗ ଦେଇପାରନ୍ତି । ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ତୀର୍ଥକ୍ଷେତ୍ରରୁ ସମସ୍ତ ଧର୍ମାଚାର୍ଯ୍ୟ ସାମିଲ ହେବେ । ୧୬୦ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ ପଠାଯିବ । ଅଯୋଧ୍ୟାର ସମସ୍ତ ପ୍ରମୁଖ ମଠର ସନ୍ଥମାନଙ୍କୁ ନିମନ୍ତ୍ରଣ ପଠାଯିବ । ୨୫ ହଜାର ସନ୍ଥ ୧୦ହଜାରରୁ ଅଧିକ ଅତିଥି ଉପସ୍ଥିତ ରହିବ ।

ଡିସେମ୍ବର ସୁଦ୍ଧା ରାମ ମନ୍ଦିରରକୁ ସଂପୂର୍ଣ୍ଣ କରିବାକୁ ପାଇଁ କୁହାଯାଇଛି । ରାମଲାଲାଙ୍କ ପ୍ରତିମା କର୍ଣ୍ଣାଟକର ମସୁରିରୁ ଅଣାଯାଇଥିବା ପଥରରେ ନିର୍ମାଣ କରାଯାଇଛି । ଏହଶଛଡା ରାଜସ୍ଥାନର ମକରାନାରୁ ଆସିଥିବା ମାର୍ବଲରେ ମଧ୍ୟ ଅନ୍ୟ ଏକ ମୂର୍ତ୍ତ ତିଆରି କରାଯାଉଛି ।

ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟାନ୍ୟ ବହୁ ଜଣାଶୁଣା ବ୍ୟକ୍ତି ଏବଂ ସାଧୁ ଉପସ୍ଥିତ ରହିବେ । ଏହାପୂର୍ବରୁ ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟପ୍ରଦେଶ ଯାଇ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଯାଞ୍ଚ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.