Below header

ଦୁନିଆର ପ୍ରଥମ ଇଲେକଟ୍ରିକ୍ ଏୟାରକ୍ରାଫ୍ଟ ପ୍ରସ୍ତୁତ କରିବ ନାସା, ରିସର୍ଚ୍ଚ ଆରମ୍ଭ

ୱାଶିଂଟନ୍ : ନାସା ଏକ ଏପରି ଏୟାରକ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରୁଛି ଯାହା ଗ୍ରୀନହାଉସ ଗ୍ୟାସକୁ ବିକିରଣ ହେବାକୁ ଦେବନାହିଁ। ଏହି ଇଲେକଟ୍ରୋନିକ ଏୟାରକ୍ରାଫ୍ଟ ପାଇଁ ନାସା ତରଫରୁ ରିସର୍ଚ୍ଚ ଆରମ୍ଭ ହୋଇସାରିଛି। ରିସର୍ଚ୍ଚ ଜରିଆରେ ପର‌୍ୟ୍ୟବରଣ ଅନୁକୁଳ ପାୱାର ସୋର୍ସ ଭାବେ ଦ୍ରାବିତ୍ ହାଇଡ୍ରୋଜେନ୍ ଇନ୍ଧନ ସେଲର ଖୋଜ କରାଯାଉଛି। ଏହି ପରୀକ୍ଷଣରେ ପ୍ରଥମ ଥର ପାଇଁ ବଡ଼ ବିମାନ ମାନଙ୍କରେ ହାଇଡ୍ରୋଜେନ୍ ପାୱାରର ବ୍ୟବହାର କରାଯିବ। ଏହି ପରୀକ୍ଷଣ ଦ୍ବାରା କମରଶିଆଲ ଆଭିଏସନ୍ ଇଣ୍ଡଷ୍ଟ୍ରୀରେ ପରିବର୍ତ୍ତନ ଆଣା ଯାଇ ପାରିବ ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ଏହି ଯୋଜନାର ଦାୟିତ୍ବ ଆମେରିକାର ଡାଲିନେଡ ୟୁନିର୍ଭସିଟିର ବୈଜ୍ଞାନିକମାନେ ନେଇଛନ୍ତି। ଏହି ଯୋଜନାରେ ୟୁନିର୍ଭସିଟିର ଏରୋସ୍ପେସ୍ ଇଞ୍ଜିନିୟର ଫିଲିପ, ଇଲେକଟ୍ରିକାଲ ଇଞ୍ଜିନିୟର କିରୁବା ଏବଂ ତାଙ୍କର ଅନେକ ସାଥି ସାମିଲ ରହିଛନ୍ତି। ଏହି କାର‌୍ୟ୍ୟକ୍ରମର ନାମ CHEETA ଦିଆଯାଇଛି। ତିନି ବର୍ଷର ଏହି ରିସର୍ଚ୍ଚରେ ନାସା ୬୦ଲକ୍ଷ ଡଲାର ଖର୍ଚ୍ଚ କରିବ ବୋଲି କହିଛି। କାର‌୍ୟ୍ୟକ୍ରମର ମୁଖ୍ୟ ଫୋକସ ଇଲେକଟ୍ରୋନିକ ଏୟାରକ୍ରାଫ୍ଟ ପ୍ରସ୍ତୁତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.