ଲକ ଡାଉନର ତୃତୀୟ ପର୍ଯ୍ୟାୟରେ ୧୦ ଗୁଣ ବଢିଛି କରୋନା ସଂକ୍ରମିତ ମାମଲା ଓ ମୃତ୍ୟୁ ସଂଖ୍ୟା

ଚୀନରେ ଡିସେମ୍ବର ମାସରେ ଆରମ୍ଭ ହୋଇଥିବା ମାରାତ୍ମକ କରୋନା ଭାଇରସ ଭାରତରେ ଜାନୁଆରୀ ୨୦ ତାରିଖରେ ହିଁ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ପଜିଟିଭ ଚିହ୍ନଟ ପରେ ସରକାରଙ୍କ ତତ୍ପରତା ବେଶ ବଢି ଯାଇଥିଲା । ସେସମୟରେ ଅନ୍ୟ ଦେଶ ତୁଳନାରେ ଭାରତରେ ଏହାର ଗତି କିନ୍ତୁ ଅପେକ୍ଷାକୃତ ଧିମା ଥିଲା । କିନ୍ତୁ ପରେ ଏହାର ବେଗ ବଢିଥିବା ବେଳେ ସଂକ୍ରମିତ ଦେଶଙ୍କ ତାଲିକାରେ ଭାରତର ସ୍ଥାନ ୧୧ରେ ରହିଛି । ଏହାର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମାର୍ଚ୍ଚ ୨୫ତାରିଖରୁ ଦେଶ ବ୍ୟାପି ଲକ ଡାଉନ ଜାରି କରା ଯାଇଥିଲା । ଏବେ ଦେଶରେ ୩ ଗୋଟି ଫେଜ ପୁରଣ କରି ସାରିଛି ।

corona

ଏବେ ଦେଶ ଚତୁର୍ଥ ପର୍ଯ୍ୟୟ ଲକ ଡାଉନ ଚାଲିଛି । କିନ୍ତୁ ଆଶ୍ଚଯ୍ୟର କଥା ପ୍ରଥମ ପର୍ଯ୍ୟାୟରେ ଦେଶରେ ଯେତିକି ପରିମାଣରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା, ତୃତୀୟ ପର୍ଯ୍ୟାୟ ବେଳକୁ ଏହି ପରିମାଣ ତିନି ଗୁଣା ବଢିଯାଇଛି । ମାର୍ଚ ୨୫ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୬୫୭ ଥିବା ବେଳେ ଏବେ ଏହା ଲକ୍ଷେ ପାର ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଶେଷ ଆଡକୁ ଏହି ସଂଖ୍ୟା ୧୧୪୮୭ ରେ ପହଞ୍ଚିଥିଲା । ପରେ ସମସ୍ତ ରାଜ୍ୟର ସ୍ମତିରେ ଏପ୍ରିଲ ୧୫ ତାରିଖରୁ ୧୯ ଦିନର ଦ୍ଵିତୀୟ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରାଯାଇଥିଲା । ଲକ ଡାଉନ-୨ରେ କରୋନା ଜନିତ ୩୧୦୧୮ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଅର୍ଥାତ ପ୍ରତିଦିନ ପାଖାପାଖି ୧୬୩୨ଟି ମାମଲା ଚିହ୍ନଟ ହୋଇଥିଲା । ଠିକ ସେହିପରି ପ୍ରଥମ ପର୍ଯ୍ୟାୟରେ ୯୬୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଏବେ ତିନି ହଜାର ପାର ହୋଇଗଲାଣି ।

corona_odisha

ଆଉ ବର୍ତ୍ତମାନ ସମୟରେ ଦୈନିକ ପ୍ରାୟ ୩୮୦୦ଟି ମାମଲା ସାମ୍ନାକୁ ଆସୁଛି । ମେ ୩ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ଲକ ଡାଉନ ଶେଷ ହୋଇଥିବା ବେଳେ ଚାରି ତାରିଖରୁ ୧୭ତାରିଖ ଭିତରେ ତୃତୀୟ ପର୍ଯ୍ୟାୟ ମଧ୍ୟ ସରିଛି । ଆଉ ଏବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରି ପ୍ରଧାନମନ୍ତ୍ରୀ ମେ ୩୧ତାରିଖ ଯାଏଁ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଘୋଷଣା କରିଛନ୍ତି । ପ୍ରଥମେ କେରଳରୁ ଚିହ୍ନଟ ହୋଇଥିବା ଏହି କରୋନା ପରେ ମହାରାଷ୍ଟ୍ରକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.