ପୂଜା କରିବା ସମୟରେ ରଖନ୍ତୁ ଧ୍ଯାନ, ଭୁଲରେ ବି ଏହି ୧୦ଟି ଜିନିଷକୁ ରଖନ୍ତୁ ନାହିଁ ତଳେ

ପୂଜା କରିବାକୁ ବସିବା ବେଳେ ଅନେକ ଲୋକମାନେ କିଛି ଜିନିଷ ଉପରେ ଧ୍ଯାନ ରଖି ନଥାନ୍ତି, ଯାହା ଫଳରେ ଆମେ ଅଜାଣତରେ ଅନେକ ଭୁଲ୍ କରିଥାଉ। ବାସ୍ତବରେ ପୂଜା କରିବା ସମୟରେ ଆମମାନଙ୍କ ଧ୍ଯାନ କେବଳ ଭଗବାନଙ୍କ ଉପରେ ରହିଥାଏ। ତେବେ ଆସସନ୍ତୁ ଜାଣିବା ବ୍ରହ୍ମବୈବତ୍ର ପୁରାଣ ଅନୁଯାୟୀ ପୂଜା କରିବା ସମୟରେ କେଉଁ କେଉଁ ଜିନିଷ ତଳେ ରଖିବା ଅନୁଚିତ।

-ଦୀପକୁ କେବେ ବି ସିଧା ତଳେ ରଖନ୍ତୁ ନାହିଁ। ଦୀପ ତଳେ ଅଳ୍ପ ଚାଉଳ କିମ୍ବା କିଛି କାଠି ରଖି ତା ଉପରେ ଦୀପ ରଖନ୍ତୁ।

-ପୂଜା ସମୟରେ ଗୁଆକୁ ଏକ କଏନ ଉପରେ ରଖିବା ଉଚିତ। ଏହାକୁ ମଧ୍ଯ ତଳେ ରଖିବା ଅନୁଚିତ।

puja-ଶାଳଗ୍ରାମକୁ ମଧ୍ଯ ଖାଲିରେ ତଳେ ରଖିବା ଅନୁଚିତ। ଏହାକୁ ସଫା ରେଶମୀ କପଡା ଉପରେ ରଖିବା ଉଚିତ।

-ଯଦି ଆପଣ ପୂଜାରେ କିଛି ମଣି କିମ୍ବା ରତ୍ନ ରଖିବାକୁ ଚାହୁଁଛନ୍ତି ତେବେ ଏହାକୁ କିଛି ସଫା କପଡା ଉପରେ ରଖନ୍ତୁ।

-ଏଥିସହ ଦେବୀ-ଦେବତାଙ୍କ ପ୍ରତିମା ମଧ୍ଯ ତଳେ ରଖିବା ଅନୁଚିତ। ଭଗବାନଙ୍କ ପ୍ରତିମାକୁ ସିଂହାସନ ଉପରେ ଅଳ୍ପ ଚାଉଳ ପକାଇ ସ୍ଥାପନା କରନ୍ତୁ।

-ପଇତାକୁ ମଧ୍ଯ ଏକ ସଫା କପଡା ଉପରେ ରଖିବା ଉଚିତ। କାରଣ ଏହା ଦ୍ବାରା ଦେବତାଙ୍କୁ ମୁ୍ଖ୍ଯ ରୂପେ ଅର୍ପିତ କରାଯାଇଥାଏ।

puja time-ଶଙ୍ଖକୁ ମଧ୍ଯ କୌଣୗସି କାଠ ବସ୍ତୁ ଉପରେ କିମ୍ବା ସଫା କପଡା ଉପରେ ରଖିବା ଉଚିତ।

-ଫୁଲକୁ କେବେ ମଧ୍ଯ ତଳେ ରଖନ୍ତୁ ନାହିଁ। ଏହାକୁ କୌଣସି ପବିତ୍ର ଧାତୁ କିମ୍ବା ସ୍ବଚ୍ଛ ପାତ୍ରରେ ରଖନ୍ତୁ।

-ପାଣି କଳସ ତଳେ ରଖିବା ପୂର୍ବରୁ ତଳେ ଏକ ଥାଳି ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.