ରେକର୍ଡ କଲା Realme Narzo 10 , ମାତ୍ର ୩ ମିନିଟ୍‌ରେ ବିକ୍ରି ହେଲା ୭୦ ହଜାରରୁ ଊର୍ଦ୍ଧ୍ୱ ଫୋନ୍‌

ରିୟଲମିର ଲାଟେଷ୍ଟ ବଜେଟ୍‌ ସ୍ମାର୍ଟଫୋନ୍‌ Realme Narzo 10 ପ୍ରଥମ ସେଲ୍‌ରେ ହିଁ ରେକର୍ଡ ସୃଷ୍ଟି କରିଛି। ଏହି ଫୋନ୍‌କୁ ଗ୍ରାହକମାନେ ଖୁବ୍‌ ଆଗ୍ରହର ସହ ଅପେକ୍ଷା କରିଥିଲେ। ଏଣୁ ବିକ୍ରି ଆରମ୍ଭର ମାତ୍ର ୩ ମିନିଟ୍‌ ମଧ୍ୟରେ କମ୍ପାନୀ ପ୍ରାୟ ୭୦ ହଜାର ୟୁନିଟ୍‌ ଫୋନ୍‌ ବିକ୍ରି କରିଛି। ୧୧,୯୯୯ ଟଙ୍କିଆ ଏହି ଫୋନ୍‌କୁ ମେ’୧୧ ତାରିଖରେ ଲଞ୍ଚ୍‌ କରାଯାଇଥିଲା।

real me2

ରିୟଲମି ନାର୍ଜୋ ୧୦ର ଅଦ୍ଭୁତପୂର୍ବ ବିକ୍ରିକୁ ନେଇ କମ୍ପାନୀ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ସୂଚନା ଦେଇଛି। ଏହି ପୋଷ୍ଟରେ କମ୍ପାନୀ ଲେଖିଛି ଯେ ତିନି ମିନିଟ୍‌ରେ ୭୦ ହଜାରରୁ ଅଧିକ ଫୋନ୍‌ ବିକ୍ରି ହୋଇଛି। ଏଥିପାଇଁ କମ୍ପାନୀ ତରଫରୁ ଗ୍ରାହକଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରାଯାଇଛି।

ରିୟଲମି ଇଣ୍ଡିଆର ମୁଖ୍ୟ ମାଧବ ସେଡ ମଧ୍ୟ ରିୟଲମି ନାର୍ଜୋକୁ ମିଳିଥିବା ଲୋକଙ୍କ ଭଲ ପାଇବା ପାଇଁ ଖୁସିଥିବା କହିଛନ୍ତି। ସେ ନିଜ ଟ୍ଵିଟର ଆକାଉଣ୍ଟରେ ଲୋକଙ୍କୁ ଧନ୍ୟବାଦ କରି ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ୧୨୮ ସେକେଣ୍ଡରେ ୭୦ ହଜାରରୁ ଅଧିକ ରିୟଲମି ନାର୍ଜୋ ୧୦ ବିକ୍ରି ହୋଇଛି।

Realme Narzo 10 ର ଫିଚର:

ପରଫର୍ମାନ୍ସ: Media Tek Helio G80
ଷ୍ଟୋରେଜ୍‌: ୧୨୮ ଜିବି
କ୍ୟାମେରା: ୪୮+୮+୨+୨ MP
ବ୍ୟାଟେରୀ:୫୦୦୦ mAh
ଡିସ୍‌ପ୍ଲେ:୬.୫ଇଞ୍ଚ(୧୬.୫୧ ସେମି)
ରାମ: ୪ ଜିବି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.