Below header

ହରିୟାଣାରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ । ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ଗୋପନୀୟତା ପାଠ କରିବା ସହିତ ଶପଥପାଠ କରାଇଛନ୍ତି ।

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ । ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ଗୋପନୀୟତା ପାଠ କରିବା ସହିତ ଶପଥପାଠ କରାଇଛନ୍ତି । ଏହାପୂର୍ବରୁ ମନୋହରଲାଲ ଖଟ୍ଟର ଏବଂ ତାଙ୍କ କ୍ୟାବିନେଟରେ ସାମିଲ ଥିବା ମନ୍ତ୍ରୀମଣ୍ଡଳ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି ।

ରାଜ୍ୟରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିବା ପରେ ୬ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ସରକାର ଗଢିବ । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ଥିବା ବେଳେ କଂଗ୍ରେସର ୩୧ ଏବଂ ଜେଜେପିର ୧୦ ବିଧାୟକ ଅଛନ୍ତି । ୨୦୧୯ ହରିୟାଣା ବିଧାନସଭା ନିର୍ବାଚନ ପରେ ମେଣ୍ଟ କରିଥିଲେ ବିଜେପି ଓ ଜେଜେପି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଜେଜେପି- ବିଜେପି ମଧ୍ୟରେ ଅସନ ବୁଝାମଣା ହୋଇ ନପାରିବାରୁ ମେଣ୍ଟ ଭାଙ୍ଗିଥିଲା । ପରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସମେତ ପୂରା କ୍ୟାବିନେଟ ଇସ୍ତଫା ପ୍ରଦାନ କରିଥିଲା ।

ନାୟବ ସିଂ ସୈନୀ ଓବିସିର ସୈନୀ ସମ୍ପ୍ରଦାୟର  । ୨୦୦୨ରେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କୁ ହରିୟାଣା ବିଜେପି ଯୁବମୋର୍ଚ୍ଚାର ଦେଖାଶୁଣା ପାଇଁ ଦାୟିତ୍ୱ ମିଳିଥିଲା । ଏହାପରେ ଜିଲ୍ଲାଧ୍ୟକ୍ଷ ଭାବେ କାମ କରିଥିଲେ । ବର୍ତ୍ତମାନ ସେ ହରିୟାଣା ବିଜେପିର ସଭାପତି ଅଛନ୍ତି । ନାୟବ ହରିୟାଣା ସରକାରରେ ମନ୍ତ୍ରୀ ରହିଛନ୍ତି । ସେ ୨୦୧୪ ରୁ ୨୦୧୯ପର୍ଯ୍ୟନ୍ତ ବିଧାୟକ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.