Below header

ଏନ୍‌ସିପି ବିଦ୍ରୋହ: ୨୯ ବିଧାୟକଙ୍କ ଶକ୍ତି ଦେଖାଇଲେ ଅଜିତ୍‌ ପାଓ୍ଵାର, ଶରଦଙ୍କ ବୈଠକରେ ୧୩ ବିଧାୟକ

ଏନ୍‌ସିପି ବନାମ ଏନ୍‌ସିପି। ପାଓ୍ଵାର ପରିବାରରେ ପାଓ୍ଵାର ଲଢ଼େଇ। ଏନ୍‌ସିପି ବସ୍ କିଏ? ଶରଦ ପାଓ୍ଵାର ନା ବିଦ୍ରୋହୀ ପୁତୁରା ଅଜିତ ପାଓ୍ଵାର?

ଏନ୍‌ସିପି ବନାମ ଏନ୍‌ସିପି। ପାଓ୍ଵାର ପରିବାରରେ ପାଓ୍ଵାର ଲଢ଼େଇ। ଏନ୍‌ସିପି ବସ୍ କିଏ? ଶରଦ ପାଓ୍ଵାର ନା ବିଦ୍ରୋହୀ ପୁତୁରା ଅଜିତ ପାଓ୍ଵାର? ଦୁଇ ଗୋଷ୍ଠୀର ପୃଥକ ପୃଥକ ବୈଠକ। ୨୯ ବିଧାୟକଙ୍କ ଶକ୍ତି ଦେଖାଇଲେ ଅଜିତ ପାଓ୍ଵାର। ଶରଦଙ୍କ ବୈଠକରେ ୧୩ ବିଧାୟକ।

ତେବେ ଅଜିତ କିନ୍ତୁ ଦାବି କରିଛନ୍ତି, ତାଙ୍କ ସପକ୍ଷରେ ୪୨ ବିଧାୟକ ଅଛନ୍ତି। ଏନ୍‌ସିପିର ୫୩ ବିଧାୟକଙ୍କ ମଧ୍ୟରୁ କିଛି ବିଧାୟକ କୌଣସି ଦଳର ବୈଠକକୁ ଆସି ନ ଥିଲେ। ଶକ୍ତି ପ୍ରଦର୍ଶନରେ ଭାରୀ ପଡ଼ିବା ପରେ ଦଳ ଆମର ବୋଲି ଦାବି କରିଛନ୍ତି ଅଜିତ ପାଓ୍ଵାର।

ଦଳର ନାଁ ଓ ଚିହ୍ନ ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଜିତ୍‌ ପାଓ୍ଵାର। ଦାଦା ଶରଦ ପାଓ୍ଵାରଙ୍କ ଆଶୀର୍ବାଦ ମାଗିବା ସହ ତାଙ୍କୁ ଅବସର ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ବୟସ ୮୩ ହେଲାଣି। ଆଉ କେବେ ଅବସର ନେବେ ବୋଲି ପ୍ରଶ୍ନ କରିଛନ୍ତି। ଏଲକେ ଆଡଭାନୀ ଓ ମୁରଲୀ ମନୋହାର ଯୋଶୀଙ୍କ ଉଦାହରଣ ଦେଇଛନ୍ତି।

ଦାଦା ମୋତେ ଭିଲିଆନ ଭଳି ଚିତ୍ରିତ କରୁଛନ୍ତି। କିନ୍ତୁ ମୁଁ ତାଙ୍କୁ ଏବେ ବି ଗଭୀର ସମ୍ମାନ କରୁଛି ବୋଲି ଅଜିତ ପାଓ୍ଵାର କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ ୫ ଥର ଶପଥ ଗ୍ରହଣ କରି ସାରିଲେଣି ଅଜିତ ପାଓ୍ଵାର। ଦିନେ ନା ଦିନେ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି। ସେପଟେ ଶରଦ ପାଓ୍ଵାରଙ୍କ ଅନୁଗତ ଅନୀଲ ଦେଶମୁଖ କହିଛନ୍ତି, ୮୨ ସାଲ୍ କା ସେର୍‌ ଅଭି ଭି ଜିନ୍ଦା ହୈ।

ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସନ୍ଧ୍ୟା ୭ଟାରେ ଶିବସେନା ମନ୍ତ୍ରୀଙ୍କ ବୈଠକ ବି ଡାକିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.