ଅଜବ ବ୍ଯକ୍ତି: ମହିଳାଙ୍କୁ ଘରୁ ଫୋନ କରି ଡାକି ଛୁରୀରେ ଆକ୍ରମଣ କଲେ ପଡୋଶୀ, ପୋଲିସ କଲା ଗିରଫ

ମହିଳା ସୁରକ୍ଷାକୁ ନେଇ ଅନେକ ପ୍ରକାର ଯୋଜନା, ଆଇନ ପ୍ରଣୟନ କରାଯାଉଛି। ଏହା ସତ୍ତ୍ବେ ମଧ୍ୟ ମହିଳାଙ୍କ ଉପରେ ଆକ୍ରମଣ, ଅତ୍ଯାଚାର, ଅସଦାଚରଣ, ଦୁଷ୍କର୍ମ ଇତ୍ଯାଦିକୁ ରୋକାଯାଇପାରୁନାହିଁ। ସବୁଦିନ ଦେଶରେ ବିଭିନ୍ନ ପ୍ରକାର ଘଟଣା ସାମ୍ନାକୁ ଆସୁଛି, ଯେଉଁଥିରେ ମହିଳାଙ୍କୁ ଏପରି ଘଟଣାର ସାମ୍ନା କରିବାକୁ ପଡୁଛି। ଏମିତି ଏକ ଘଟଣା ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଘଟିଛି। ଆଉ ଏହି ଘଟଣାଟି ସଂପୂର୍ଣ୍ଣ ଭାବେ ସିସି ଟିଭିରେ କଏଦ ହୋଇଛି। ଘଟଣା ସ୍ଥଳର ଖବର ପାଇଁ ପୋଲିସ ଯାଞ୍ଚ କରୁଛି।

ସୂଚନା ମୁତାବକ, ଦିଲ୍ଲୀର ରୋହିଣୀ ଅଞ୍ଚଳର ସେକ୍ଟର ୧୧ରେ ୨୮ ବର୍ଷୀୟ ମହିଳାଙ୍କ ଉପରେ ପଡୋଶୀ ଜଣକ ଛୁରୀରେ ଆକ୍ରମଣ କରିଛି। ପଡୋଶୀ ଜଣକ ମହିଳାଙ୍କ ଉପରେ ଛୁରୀରେ ବାରମ୍ବାର ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଆହତ ମହିଳାଙ୍କୁ ସଫଦରଜଙ୍ଗ ହସପିଟାଲରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀ ପୋଲିସ ମୁତାବକ, ଶାହାବାଦ ଡେରୀ ଥାନେର ପୋଲିସଙ୍କୁ ସୂଚନା ମିଳିବା ପରେ ଏହାର ତଦନ୍ତ ଚଳାଯାଇଛି। ତଦନ୍ତରୁ ଜଣାପଡିଛି ଯେ, ଛୁରୀ ଭୁସିଥିବା ବ୍ଯକ୍ତିଙ୍କ ନାମ ନରେଶ (ରାଜୁ)। ସେ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପଡୋଶୀ। ମହିଳାଙ୍କୁ ଫୋନ କରି ଘର ବାହାରକୁ ଡାକି ଏପରି ଆକ୍ରମଣ କରିଛନ୍ତି ପଡୋଶୀ। ପୀଡିତାଙ୍କ ପରିବାର ଲୋକେ କିଛି ଦିନ ପୂର୍ବରୁ ସେହି ବ୍ଯକ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ ଯାଞ୍ଚ କରି ବ୍ଯକ୍ତିଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.