ଆମେରିକା, ଜାପାନ ପ୍ରମୁଖ ଧନୀ ଦେଶରେ ୧୨ ବର୍ଷର ପିଲାଙ୍କ ଟିକାଦାନ ପ୍ରକ୍ରିୟା ଆରମ୍ଭ, ଭାରତରେ କେବେ ?

ଭାରତ ସମେତ ଅନ୍ୟ କେତେକ ଦେଶ ମଧ୍ୟ ଏବେ କରୋନା ସହ ଲଢ଼ୁଛନ୍ତି। ଦେଶରେ କରୋନାର ଦ୍ଵିତୀୟ ଲହରୀ ଯୋଗୁ ଖାସ୍ କରି ଯୁବ ପିଢ଼ି ଅଧିକ ପ୍ରଭାବିତ ହୋଇଛନ୍ତି। ଏବେ ତୃତୀୟ ଲହରୀରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ବୋଲି ଆଶଙ୍କା ଦେଖାଦେଇଛି। ତେଣୁ ପିଲାଙ୍କ ସୁରକ୍ଷା ଲାଗି ଆମେରିକା ଓ କାନାଡ଼ା ସମେତ ବହୁ ଧନୀ ଦେଶରେ ୧୨ ବର୍ଷର ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି।

ପିଲାଙ୍କ ପାଠପଢ଼ା ବ୍ୟାହତ ନ ହେବା ପାଇଁ ସେମାନଙ୍କୁ ଆଗୁଆ ଟିକା ଦିଆଯାଉଛି। ୧୨ ରୁ ୧୮ ବର୍ଷର ପିଲାଙ୍କ ପାଇଁ ଏହି ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଟିକାକରଣ ଆରମ୍ଭ ହୋଇଥିବା ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଆମେରିକା, କାନାଡ଼ା, ଜାପାନ, ଇଟାଲୀ, ଦୁବାଇ, ସିଙ୍ଗାପୁର, ପୋଲାଣ୍ଡ, ଲିଥୁଆନିଆ, ରୋମାନିଆ, ହଙ୍ଗେରୀ, ସ୍ୱିଜରଲ୍ୟାଣ୍ଡ ପ୍ରମୁଖ।

ଅନ୍ୟପଟେ ଫ୍ରାନ୍ସ, ଜର୍ମାନୀ, ଆଷ୍ଟୋନିଆ, ଅଷ୍ଟ୍ରିଆ ଓ ଇସ୍ରାଇଲରେ ଖୁବଶୀଘ୍ର ୧୨-୧୮ ବର୍ଷର ପିଲାଙ୍କୁ ଟିକା ଦିଆଯିବ ବୋଲି ଜଣାଯାଇଛି। ତେବେ ଭାରତରେ କେବେ ପିଲାଙ୍କୁ ଟିକା ଦିଆଯିବ ସେନେଇ କୌଣସି ଘୋଷଣା ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.