Below header

Google ‘କନ୍ନଡ଼’କୁ ଭାରତର ସବୁଠାରୁ କଦର୍ଯ୍ୟ ଭାଷା ବୋଲି କହିଲା, ସୋସିଆଲ ମିଡିଆରେ ତାତିଲେ ଲୋକେ, ଶେଷରେ ଏମିତି କହି ମାଗିବାକୁ ପଡ଼ିଲା କ୍ଷମା

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ମାମଲାକୁ ନେଇ ମାହୋଲ ସରଗରମ ରହିଥାଏ। ଆଉ ଏବେ କନ୍ନଡ଼ ଭାଷାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ଆପଣ ଭାବୁଥିବେ, ଏମିତି କ’ଣ ହୋଇଛି, ଯେଉଁଥିପାଇଁ କନ୍ନଡ଼ ଭାଷାକୁ ନେଇ ବିଭିନ୍ନ ଯୁକ୍ତି ବଢ଼ା ଯାଉଛି। ତେବେ ପ୍ରକୃତ କଥା ହେଉଛି, ଗୁଗଲ ଏହାକୁ ଭାରତର ସବୁଠୁ କଦର୍ଯ୍ୟ ଭାଷା ବୋଲି ଦର୍ଶାଇଛି, ଯାହାକୁ ନେଇ ଲୋକେ କ୍ରୋଧ ପ୍ରକାଶ କରିବା ସହ ଟ୍ୱିଟରରେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଗୁଗଲ କନ୍ନଡ଼ ଭାଷାକୁ ନେଇ ନିଜର ବିଚାର ସ୍ପଷ୍ଟ କରିଛି। ଏଥିରେ କନ୍ନଡ଼କୁ ସବୁଠାରୁ କଦର୍ଯ୍ୟ ଭାଷା ରୂପେ ଚିତ୍ରିତ କରାଯାଇଛି। ଅନ୍ୟପଟେ ଏହା ମଧ୍ୟ କୁହାଯାଇଛି କି, କନ୍ନଡ଼ ବିଶ୍ୱରେ ଭାଷାଗୁଡ଼ିକ ମଧ୍ୟରେ ରାଣୀ। କିନ୍ତୁ ଗୁଗଲର ଏହି କଥା ଲୋକଙ୍କୁ ଆଦୌ ପସନ୍ଦ ଆସିନି, ଯାହାଫଳରେ ସୋସିଆଲ ମିଡିଆରେ ଏହାକୁ ନେଇ ମାହୋଲ ଗରମ ହେବାରେ ଲାଗିଛି। ବିଶେଷ କରି କନ୍ନଡ଼ ଭାଷୀଙ୍କ ଦ୍ଵାରା ଏହାକୁ ବହୁଳ ମାତ୍ରାରେ ବିରୋଧ କରାଯିବା ପରେ ଗୁଗଲ ସର୍ଚ୍ଚ ଇଞ୍ଜିନରୁ ଏହି ପ୍ରକାର ଉତ୍ତରକୁ ହଟାଇ ଦେଇଛି। ଏହାପରେ କ୍ଷମା ପ୍ରାର୍ଥନା କରିବାକୁ ଯାଇ ଏକ ବୟାନ ମଧ୍ୟ ଦେଇଛି।

ଗୁଗଲ କହିଛି, ‘ସର୍ଚ୍ଚ ସବୁବେଳେ ପରଫେକ୍ଟ ହୋଇ ନ ଥାଏ। ଆମେ ଜାଣିଛୁ ଏହା ଆଇଡିୟଲ ନୁହେଁ। କିନ୍ତୁ ଯଦି ଆମ ପାଖକୁ କୌଣସି ଅଭିଯୋଗ ଆସୁଛି, ତ ଆମେ ତୁରନ୍ତ ଏହାକୁ ଠିକ କରିଥାଉ। ଆମେ ଆମ ଅଲଗୋରିଦମକୁ ଠିକ କରିବା ଉପରେ ଲଗାତାର କାମ କରୁଛୁ। ଜରୁରୀ ନୁହେଁ କି, ଏହି ପ୍ରକାର ରେଜଲ୍ଟ ଗୁଗଲର ଓପିନିୟନକୁ ହିଁ ରିଫ୍ଲେକ୍ଟ କରିଥାଏ। ଆମେ ଏହି ଭୁଲ ଧାରଣା ଏବଂ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇ ଥିବାରୁ କ୍ଷମା ମାଗୁଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.