ପ୍ରଦର୍ଶନୀରେ ଲାଗିବ ରାଜକୁମାରୀ ଡାଏନାଙ୍କ ବିବାହ ଗାଉନ, ୨୫ ବର୍ଷ ପରେ ଦେଖିବେ ଜନତା

ରାଜକୁମାରୀ ଡାଏନା ନିଜ ସମୟର ସବୁଠାରୁ ସୁନ୍ଦରୀ ରାଣୀଙ୍କ ମଧ୍ୟରୁ ଜଣେ ଥିଲେ। ଡାଏନାଙ୍କୁ ଅନେକ କାରଣ ପାଇଁ ମନେ ପକାଯାଇଥାଏ। ଏବେ ରୟାଲ ଫ୍ୟାନମାନେ ରାଣୀଙ୍କ ବିଷୟରେ ଅଧିକ କିଛି ତଥ୍ୟ ଜାଣିବାକୁ ଯାଉଛନ୍ତି। ବାସ୍ତବରେ, ଏକ ଖାସ ଆଲମିରାରେ ଦିବଂଗତ ରାଜକୁମାରୀଙ୍କ ବିବାହ ବେଳର ପୋଷାକ ରଖାଯାଇଛି। ଦୀର୍ଘ ୨୫ ବର୍ଷ ପରେ ଏମିତି ପ୍ରଥମ ଥର ହେବାକୁ ଯାଉଛି, ଯେଉଁଠି ଜନସାଧାରଣଙ୍କ ସାମ୍ନାରେ ଏହାର ପ୍ରଦର୍ଶନୀ ଲଗାଯିବ।

ଏହି ପ୍ରଦର୍ଶନୀରେ ପୂର୍ବରୁ କେବେ ଦେଖାଯାଇ ନ ଥିବା ରୟାଲ ଜିନିଷ ସବୁ ପ୍ରଦର୍ଶିତ ହେବ। ଡାଏନାଙ୍କ ପୋଷାକରେ ଏକ ପ୍ରଭାବଶାଳୀ sequin-encrusted ଟ୍ରେନ ଅଛି, ଯାହାକି ୨୫ ଫୁଟ ଲମ୍ବା ଏବଂ ଏହାକୁ ରୟାଲ ଇତିହାସରେ ସବୁଠାରୁ ଲମ୍ବା ଡ୍ରେସ ରୂପେ ଗଣାଯାଏ।

ଲଣ୍ଡନର ସେଣ୍ଟ ପଲ କ୍ୟାଥେଡ୍ରଲରେ ଚାର୍ଲସ ଓ ଲେଡି ଡାଏନା ସ୍ପେନସରଙ୍କ ବିବାହ ୨୯ ଜୁଲାଇ ୧୯୮୧ରେ ହୋଇଥିଲା। କିନ୍ତୁ ଦୁଃଖଦ କଥା, ୧୯୯୭ ମସିହାରେ ପ୍ୟାରିସରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।

DIANA2
photo credit: Fox News

ପ୍ରିନ୍ସ ହ୍ୟାରୀ ଓ ପ୍ରିନ୍ସ ଉଇଲିୟମ ଦୁଇଜଣ ନିଜ ମାଆଙ୍କ ୱେଡିଙ୍ଗ ଗାଉନକୁ ପ୍ରଦର୍ଶିତ କରିବାକୁ ଅନୁମତି ଦେଇଛନ୍ତି। ଏହି ଗାଉନ ମୂଳ ରୂପେ କ୍ୱିନ ମେରୀ ଅର୍ଥାତ ଡାଏନାଙ୍କ ଦାଦିଙ୍କର ଥିଲା। ଏଥିରେ puff sleeves ଓ ଏକ ଫିଟେଡ ଚୋଲି ରହିଛି।

ପ୍ରଦର୍ଶନୀର କ୍ୟୁରେଟର ମ୍ୟାଥୟୁ ଷ୍ଟୋରୀ କହିଛନ୍ତି, ଏହି ପ୍ରଦର୍ଶନୀ ରୟାଲ ଷ୍ଟାଇଲର ଲୋକଙ୍କୁ ବ୍ରିଟିଶ ଡିଜାଇନର କିଛି ମହାନ ପ୍ରତିଭାମାନଙ୍କୁ ଦେଖିବାର ମଉକା ଦେବ। ରୟାଲ ଘରର ସଦସ୍ୟ ଏବଂ ଡିଜାଇନରଙ୍କ ମଧ୍ୟରେ ଏକ ସୁସମ୍ପର୍କ ମଧ୍ୟ ସ୍ଥାପନ ହୋଇପାରିବ। ଏଥିରେ ଓଲିଭର ମେସେଲଙ୍କ ଦ୍ୱାରା ରାଜକୁମାରୀ ମାର୍ଗରେଟଙ୍କ ପାଇଁ ଡିଜାଇନ କରାଯାଇଥିବା ୧୮ଶ ଶତାବ୍ଦୀର ଷ୍ଟାଇଲ ଗାଉନ ମଧ୍ୟ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.