ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣିଥରେ ହସ୍ପିଟାଲରେ ଆଡମିଟ୍ ହେଲେ ‘ଫ୍ଲାଇଂ ଶିଖ’ ମିଲଖା ସିଂହ, ସୁସ୍ଥତା କାମନା କଲେ PM ମୋଦି

କରୋନା ଭାଇରସକୁ ମାତ୍ ଦେବା ପରେ ‘ଫ୍ଲାଇଂ ଶିଖ’ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡ଼ି ଯାଇଛି। ଗୁରୁବାର ଅପରାହ୍ନରେ ପୁଣିଥରେ ତାଙ୍କୁ ଚଣ୍ଡୀଗଡ଼ର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଫୋନ ଜରିଆରେ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏଥିସହ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।

ଗତ ପ୍ରାୟ ମାସେ ହେବ ମିଲଖା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି। ୯୧ ବର୍ଷୀୟ ମିଲଖାଙ୍କୁ ମେ ୨୦ ରେ କରୋନା ହୋଇଥିଲା। ଦେହ ଭୀଷଣ ଖରାପ ହେବାରୁ ତାଙ୍କୁ ମୋହାଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା। ମାତ୍ର ୩୧ ତାରିଖରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

କିନ୍ତୁ ଏବେ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଏବେ ପୁଣିଥରେ ନିଶ୍ୱାସ ନେବାରେ ସମସ୍ୟା ଉପୁଜୁଛି। ଏଣୁ ତାଙ୍କୁ ମେଡିକାଲରେ ଆଡମିଟ୍ କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.