ମହାରାଷ୍ଟ୍ରର ପଶ୍ଚିମ ଘାଟରେ ମିଳିଲା ନୂଆ ପ୍ରଜାତିର ସାପ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସାନ ପୁଅଙ୍କ ନା’ରେ ହେଲା ନାମିତ
ମହାରାଷ୍ଟ୍ର: ମହାରାଷ୍ଟ୍ରର ପଶ୍ଚିମ ଘାଟରେ ସାପର ଏକ ନୂଆ ପ୍ରଜାତି ମିଳିଛି ଯାହାର ନାଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ୍ ଠାକରେଙ୍କ ନାଁରେ ନାମିତ କରାଯାଇଛି । ଏହି ପ୍ରଜାତିର ସାପକୁ ଖୋଜିବାରେ ତେଜସଙ୍କ ବହୁତ ବଡ ଯୋଗଦାନ ରହିଛି । ଯେଉଁଥିପାଇଁ ତାଙ୍କ ନାମରେ ନାମିତ କରାଯାଇଛି ।
ପୁଣେ ସ୍ଥିତ ଜୈବ ବିବିଧତା ସଂରକ୍ଷଣ ଫାଉଣ୍ଡେସନ୍ ର ନିର୍ଦ୍ଦେଶକ ବରଦ ଗିରୀ ଗୁରୁବାର କହିଥିଲେ କି, ସାପର ଏହି ପ୍ରଜାତିକୁ ଆମେ ପ୍ରାୟତଃ ବିଲ୍ଲୀ ସାପ ଶ୍ରେଣୀ ବୋଲି କହିଥାଉ ଯାହା ବୋଇଗା ବଂଶରୁ ଆସିଛି । ସେ କହିଥିଲେ କି, ଏହି ବଂଶର ସାପ ସାରା ଭାରତରେ ଦେଖିବାକୁ ମିଳିବ କିନ୍ତୁ ଏହାର କିଛି ପ୍ରଜାତି ପଶ୍ଚିମ ଘାଟ ଭିତରେ ହିଁ ସାମିଲ୍ ଅଛି ।
ଏହାସହ ପଢନ୍ତୁ:
ପତ୍ନୀଙ୍କ ଉପରେ ଚାଲୁଥିଲା ମର୍ଡର କେସ୍, ୧୧ ବର୍ଷ ପରେ ସୁରକ୍ଷିତ ଅବସ୍ଥାରେ ଯେତେବେଳେ ପହଁଚିଲେ ସ୍ବାମୀ…
ସେ ଏହା ମଧ୍ୟ କହିଥିଲେ କି, ଏହି ଖୋଜ୍ ରେ ଅନୁସନ୍ଧାନକର୍ତ୍ତା ତେଜସ୍ ଠାକରେଙ୍କ ଯୋଗଦାନ କାରଣରୁ ସାପର ଏହି ନୂଆ ପ୍ରଜାତିର ନା ଠାକରେଜ୍ କ୍ୟାଟ୍ ସ୍ନେକ୍ ରଖାଯାଇଛି । ଗିରୀ କହିଛନ୍ତି କି, ତେଜସ୍ ଠାକରେ ଏହି ପ୍ରଜାତିକୁ ପ୍ରଥମେ ୨୦୧୫ରେ ଦେଖିଥିଲେ ଏବଂ ଏହାର ବ୍ୟବହାର ଉପରେ ବିସ୍ତାରପୂର୍ବକ ଅଧ୍ୟୟନ କରିଥିଲେ । ସେ ଏହି ଜୈବ ବିବିଧତା ସଂରକ୍ଷଣ ଫାଉଣ୍ଡେସନ୍କୁ ସାପ ଏବଂ ବିଭିନ୍ନ ପରୀକ୍ଷାରେ ସାହାଯ୍ୟ କରିଥିଲେ । ତେଜସଙ୍କର ବଡ ଭାଇ ଆଦିତ୍ୟ ଠାକରେ ସାପର ଏକ ଫଟୋ ଟ୍ବିଟରରେ ସେୟାର କରିଥିଲେ । ସେ ଲେଖିଥିଲେ କି, ମୋ ଭାଇ ତେଜସ୍ ଏହି ସୁନ୍ଦର ପ୍ରଜାତିର ସାପକୁ ପଶ୍ଚିମ ଘାଟକୁ ଖୋଜିକି ଆଣିଛନ୍ତି ।