ଜାଣନ୍ତୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଫଟୋ ପଛର ସତ୍ୟତା, ଜନ୍ମ ହେଉ ହେଉ ପିଲାଟି କାହିଁକି ଦେଲା ଏମିତି ଏକ୍ସପ୍ରେସନ
ସାଧରଣତଃ ପିଲା ଜନ୍ମ ନେବାପରେ ଡାକ୍ତର ନବଜାତ ଶିଶୁଙ୍କୁ କନ୍ଦାଇଥାନ୍ତି ଏହା ଜାଣିବା ପାଇଁ ଯେ ପିଲା ସୁସ୍ଥ ଅଛି କି ନାହିଁ ଏବଂ ତାର ଫୁସଫୁସ ଠିକଭାବେ କାମ କରୁଛି କି ନାହିଁ । ତେବେ ବ୍ରାଜିଲର ରିୟୋ ଡି ହସ୍ପିଟାଲରେ ଫେବୃୟାରୀ ୧୩ ତାରିଖ ଦିନ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା କିନ୍ତୁ କାନ୍ଦି ନଥିଲା । ଡାକ୍ତରମାନେ ତାର ଗର୍ଭନାଡୀ କାଟିବା ପୂର୍ବରୁ ତାକୁ କନ୍ଦାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ସମୟରେ ପିଲାଟି ଡାକ୍ତରଙ୍କୁ ଅତି କ୍ରୋଧର ସହିତ ଚାହିଁଥିଲା । ଏଭଳି ସ୍ଥିତିରେ ସେଠାରେ ଉପସ୍ଥିତ ଥିବା ଡାକ୍ତର ଓ ନର୍ସ ମାନେ ତାରଫଟୋ ମଧ୍ୟ ଉଠାଇଥିଲେ ଯାହାକି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ତେବେ ପିଲାଟିର ମୁଁହରେ ରାଗ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ସେମାନେ ପୂର୍ବରୁ କେବେ ବି ନବଜାତ ଶିଶୁଠାରେ ଏପରି ଏକ୍ସପ୍ରେସନ ଦେଖିନଥିଲେ । ଯଦିଓ ଗର୍ଭନାଡୀ କାଟିବା ପରେ ପିଲାଟି କାନ୍ଦିବାକୁ ଲାଗିଥିଲା । ପିଲାର ଏହି ଫଟୋଟି ହସ୍ପିଟାଲ ପକ୍ଷରୁ ସେୟାର କରାଯାଇଥିଲା । ଯାହାକୁ ନେଇ ସେଠାକାର ଡାକ୍ତରମାନେ କହିଛନ୍ତି ଯେ ଏହା ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଥିଲା । ତାର ବାପା ମା ପିଲାଟିର ନାମ ରଖିଛନ୍ତି ଇସାବେଲ । ତେବେ ପିଲାଟିର ଜନ୍ମ ଅପରେସନ ଦ୍ୱାରା କରାଯାଇଥିଲା ।