Below header

ବରକନ୍ୟା ଉପରେ କାର୍‌ ଚଢାଇଦେଲେ ନିଶାସକ୍ତ ଯୁବତୀ; କନ୍ୟା ମୃତ, ବର ଗୁରୁତର

ବାହାଘର ପାଲଟିଲା ମୃତ୍ୟୁର ଘରର । ବିବାହ ସାରି ଭୋଜି ପାଇଁ ବରକନ୍ୟା ଯାଉଥିବା ବେଳେ ଦୁର୍ଘଟଣା । ବରକନ୍ୟାଙ୍କ ଉପରେ ଗାଡି ଚଢାଇଦେଲେ ନିଶାସକ୍ତ ଯୁବତୀ । କନ୍ୟା ମୃତ, ବର ଗୁରୁତର । ଆମେରିକାର ସାଉଥ କେରୋଲିନା ଘଟିଛି ।

ମୃତ୍ୟୁ କେତେବେଳେ କାହାକୁ ଆସେ, ତାହା ହୁଏତ କେହି ଜାଣିପାରିବେ ନାହିଁ । ବାହାଘରକୁ ନେଇ ସ୍ୱପ୍ନ ଦେଖିଥିବା ଯୁବତୀ ଖୁସି କରିବା ଆଗରୁ ଜୀବନ ଚାଲିଗଲା । ନିଶାରେ ଗାଡି ଚଲାଇ ବଧୂ ଉପରେ ଚଢାଇଦେଲେ ଯୁବତୀ । ବିବାହ ସରିବାର ୫ ଘଣ୍ଟା ପରେ ବଧୂର ମୃତ୍ୟୁ । ବର ଗୁରୁତର । ଘଟଣାଟି ଆମେରିକାର ସାଉଥ କେରୋଲିନା ଘଟିଛି ।

ବିବାହ ୩୦ ଏପ୍ରିଲରେ ହୋଇଥିଲା। ବିବାହ ସରିବା ପରେ ବର କନ୍ୟା ରିସେପସନ ସ୍ଥାନକୁ ଯିବା ପାଇଁ କାରରେ ବସୁଥିବା ବେଳେ ନିଶାରେ ଚୁର ଥିବା ଜଣେ ଯୁବତୀ ଅନ୍ୟପଟୁ କାର ଆଣି ଚଢାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ବରକୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୫ ଘଣ୍ଟା ପୂର୍ବରୁ ହୋଇଥିବା ବାହାଘର ଖୁସି ଦୁଃଖରେ ପରିଣତ ହୋଇଗଲା ।

୩୪ ବର୍ଷୀୟ କନ୍ୟା ଦୁଲହନ ସାମନ୍ଥାଙ୍କ ବିବାହ ଏରିକଙ୍କ ସହିତ ହୋଇଥିଲା । ଦୁହେଁ ବିବାହ ପରେ ରିସେପସନ ପାଇଁ ଯାଉଥିବା ସମୟରେ ନିଶାରେ ଥିବା ଯୁବତୀ ତାଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ, ନବବିବାହିତ ଯୋଡି ଗାଡି ଠାରୁ ଅନେକ ଦିଗରେ ଛିଟକି ପଡିଥିଲେ ।

ଏହି ବିବାହ ସମୁଦ୍ର କୂଳରେ କରାଯାଉଥିଲା। ଏହି ସମୟରେ ସମସ୍ତେ ଖୁସିରେ ରହିଥିବା ବେଳେ ଭୋଜି ଖାଇବା ପାଇଁ ଗଲ୍ଫ କ୍ଲବ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.