ଶ୍ୱଶୁର ଘରେ ଜ୍ୱାଇଁର ଆତଙ୍କରାଜ୍‌ : ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ

ଜ୍ୱାଇଁର ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ। କେନ୍ଦ୍ରାପଡ଼ା ଜିଲ୍ଲା କଂସାର ଗାଁରେ ଶ୍ୱଶୁର ଘରେ ପଶି ଜ୍ୱାଇଁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଶାଶୁ ଓ ଶ୍ୱଶୁର ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

କେନ୍ଦ୍ରାପଡ଼ା (କେନ୍ୟୁଜ): ଶ୍ୱଶୁର ଘରେ ଜ୍ୱାଇଁର ଆତଙ୍କରାଜ୍‌। ଜ୍ୱାଇଁର ଭୁଜାଲି ଆକ୍ରମଣରେ ଶାଶୁ-ଶ୍ୱଶୁର ଆହତ। କେନ୍ଦ୍ରାପଡ଼ା ଜିଲ୍ଲା କଂସାର ଗାଁରେ ଶ୍ୱଶୁର ଘରେ ପଶି ଜ୍ୱାଇଁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଶାଶୁ ଓ ଶ୍ୱଶୁର ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଜ୍ୱାଇଁ ଆଲୋକ ରାଉତ ଫେରାର ହୋଯାଇଛି।

ଅଭିଯୋଗ ଅନୁଯାୟୀ ଗତ ୩ ବର୍ଷ ପୂର୍ବେ ବାଇପୁର ଗାଁର ଆଲୋକ ରାଉତ ଗଗନ ଲେଙ୍କାଙ୍କ ଝିଅକୁ ନେଇ ଫେରାର ହୋଇଯାଇ ବିବାହ କରିଥିଲେ। ପରେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହିବାରୁ ଝିଅ ବାପ ଘରକୁ ପଳାଇ ଆସିଥିଲେ । ଝିଅ ଘରକୁ ଆସିବା ପରେ ଗଗନ ଲେଙ୍କା ଅନ୍ୟତ୍ର ବିବାହ କରାଇ ଦେଇଥିଲେ । ଏଥିରେ ରାଗି ଆଲୋକ ରାଉତ ଗତକାଲି ରାତିରେ ଘରକୁ ଆସି ଶାଶୁ ଶଶୂରଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା । ବାପା ମାଆଙ୍କ ଚିତ୍କାର ଶୁଣି ଗଗନ ଲେଙ୍କାଙ୍କ ପୁଅ ଆଲୋକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋକ ରାଉତକୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.