Below header

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ଠାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକଙ୍କ ନାଁ ଅଶୋକ ସେଠୀ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ହତ୍ୟାକାଣ୍ଡ । ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ଠାରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସାଙ୍ଗକୁ ହତ୍ୟା କଲା ସାଙ୍ଗ । ମୃତକ ହେଲେ ଅଶୋକ ସେଠୀ ।

ଖବର ଅନୁଯାୟୀ, ଖଣ୍ଡଗିରି ଥାନା ବାହାଦଲପୁରରେ ହତ୍ୟାକାଣ୍ଡ ଘଟିଛି । ଗତକାଲି ରାତିରେ ଅଶୋକ ଓ ଅଭିଯୁକ୍ତ ଜଗନ୍ନାଥଙ୍କ ମଧ୍ୟରେ ପାଟି ତୁଣ୍ଡ ହେଇଥିଲା। ପରେ ଜଗନ୍ନାଥ ଅଶୋକକୁ ଲୁହା ରଡ଼ ଓ ପ୍ଲାଷ୍ଟିକ ପାଇପରେ ପିଟିଥିଲା। ଫଳରେ ଘଟଣା ସ୍ଥଳରେ ଅଶୋକଙ୍କ ମୃତ୍ୟ ହେଇଥିଲା । ଦୁଇ ଜଣ ସଫେଇ ଗାଡ଼ି ଡ୍ରାଇଭର୍ ଭାବରେ କାର୍ଯ୍ୟ କରୁଥଲେ। ମଦ ପିଇ ଦୁଇ ଜଣଙ୍କ ଭିତରେ ହେଇଥିଲା ବଚସା ଓ ପରେ ଉଗ୍ରରୂପ ନେଇଥିଲା। ଏହି ହତ୍ୟାକାଣ୍ଡ ନେଇ ଖଣ୍ଡଗିରି ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିବା ସହ ଅଭିଯୁକ୍ତ ଜଗନ୍ନାଥ ଧୀବରକୁ ଅଟକ ରଖିଛି। ତେବେ କେଉଁ କାରଣରୁ ପୂର୍ବ ଶତ୍ରୁତା ଲାଗି ରହିଥିଲା । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.