‘ଦ କେରଳ ଷ୍ଟୋରୀ’ କୁ ମିଳିଲା ‘A’ ସାର୍ଟିଫିକେଟ, ହଟିଲା ୧୦ଟି ସିନ୍‌

ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ହିନ୍ଦୀ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଆଉ ଦୁଇଦିନ ପରେ ରିଲିଜ ହେବ । ରିଲିଜ ହେବାର ଦୁଇଦିନ ପୂର୍ବରୁ ସ୍ପେନ୍ସର ବୋର୍ଡ ଫିଲ୍ମର ୧୦ସିନ୍‌ କାଟି ଫିଲ୍ମକୁ ‘A’ ସାର୍ଟିଫିକେଟ ଦେଇଛନ୍ତି ।

ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ହିନ୍ଦୀ ଫିଲ୍ମ ‘ଦ କେରଳ ଷ୍ଟୋରୀ’ ଟିଜର ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହିଛି । ଫିଲ୍ମଟି ମେ ୫ ତାରିଖରେ ରିଲିଜ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଫିଲ୍ମକୁ‘ଏ’ ସାର୍ଟିଫିକେଟ୍ ଦେଇଛି । ତେବେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସିବିଏଫ୍ସି) ଫିଲ୍ମର ୧୦ଟି ସିନ୍‌ କାଟି ଦେଇଥିବା ଜଣାପଡ଼ିଛି।

ତେବେ ଫିଲ୍ମର ସିନ୍‌କୁ କାଟିଦିଆଯାଇଛି । ଯେଉଁଥିରେ ହିନ୍ଦୁ ଦେବାଦେବୀଙ୍କ ସଂପର୍କରେ କିଛି ଅନୁପଯୁକ୍ତ କଥାବାର୍ତ୍ତା ରହିଛି । ସେଗୁଡିକୁ କଟାଯାଇଛି । ଗୋଟିଏ ସଂଳାପରେ ଥିଲା ‘ଭାରତୀୟ କମ୍ୟୁନିଷ୍ଟମାନେ ହେଉଛନ୍ତି ସବୁଠୁ ବଡ଼ ହିପୋକ୍ରାଇଟ୍’ ଏବଂ ଏଥରୁ ଭାରତୀୟ ଶବ୍ଦଟିକୁ କାଟି ଦିଆଯାଇଛି।

ଏକ ଟିଭି ସାକ୍ଷାତକାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କହିଥିଲେ,କେରଳ ଆସନ୍ତା ଦୁଇ ଦଶନ୍ଧି ଭିତରେ ଏକ ମୁସଲିମ-ବହୁଳ ରାଜ୍ୟରେ ପରିଣତ ହେବାକୁ ଯାଉଛି କାରଣ ବହୁସଂଖ୍ୟାରେ ଯୁବବର୍ଗଙ୍କୁ ମୁସଲମାନ ଧର୍ମକୁ ପରିବର୍ତ୍ତନ କରାଯାଉଛି। ତେବେ ସେନ୍ସର ବୋର୍ଡ ଏହି ସାକ୍ଷାତକାରକୁ କାଟିଦେବାକୁ ଆଦେଶ ଦେଇଥିଲେ। ନଭେମ୍ବର ୨୦୨୨ରେ ଫିଲ୍ମର ଟିଜର ପ୍ରକାଶ ପାଇବା ପରଠାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ଫିଲ୍ମ ‘ଦ କେରଳ ଷ୍ଟୋରୀ’ର ଟିଜର । ଏଥିରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ଟିଜରରେ ଦେଖିବାକୁ ମିଳିଛି ଯେ, କେରଳରେ ୩୨ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନ, ସିରିଆ ଏବଂ ୟମେନର ମରୁଭୂମିରେ ପୋତି ହୋଇଛନ୍ତି।

‘ ଦ କେରଳ ଷ୍ଟୋରୀ’ର ଟିଜରରେ ଦେଖିବାକୁ ମିଳିଛି କି, କିପରି ମହିଳାମାନଙ୍କ ସହିତ ଭୁଲ୍‌ କାମ ହେଉଛି ଏବଂ କିଭଳି ସେମାନଙ୍କୁ ଖରାପ ରାସ୍ତାରେ ଚାଲିବା ପାଇଁ ବାଧ୍ୟ କରାଯାଉଛି। କିନ୍ତୁ ଏହାକୁ ନେଇ ବିବାଦ ନୁହେଁ ବରଂ କେରଳ ରାଜ୍ୟକୁ ନେଇ ବିବାଦ ଦେଖାଦେଇଛି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ଟିଜର ଦେଖି ଆପଣ ନିଶ୍ଚିତ ଭାବେ ଭାବବିହ୍ଵଳ ହେବେ।