ଫାଶୀରୁ ମୁକୁଳିବାକୁ ରାତି ସାରା ପ୍ରୟାସ ଚଳାଇଥିଲେ ନିର୍ଭୟା ଦୋଷୀ, ରାତି ୯ଟା ୪୫ରୁ ୩ଟା ୧୦ ଯାଏ ଚାଲିଥିବା ହାଇଭୋଲ୍ଟଟେଜ୍ ଡ୍ରାମା

ନିର୍ଭୟା ଦୋଷୀ ଫାଶୀରୁ ମୁକୁଳିବାକୁ ରାତି ସାରା ପ୍ରୟାସ ଚଳାଇଥିଲେ । ସୁପ୍ରମିକୋର୍ଟରେ ପବନ ଗୁପ୍ତାର ଦୁଇଟି ଆବେଦନ ଖାରଜ ହେବା ପରେ ଏହି ଡ୍ରାମା ଶେଷ ହୋଇଥିଲା । ରାତି ୯ଟା ୪୫ରେ ଦୋଷୀଙ୍କ ଓକିଲ ଏପି ସିଂହ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲେ । ଏହାର କିଛି ସମୟ ପରେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା। ରାତି ୧୦ଟା ୧୫ରେ ଦିଲ୍ଲୀ ହାଇକୋର୍ଟ ଏପି ସିଂହଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ । ରାତି ୧୦ଟା ୪୭ରେ ଦିଲ୍ଲୀ ହାଇକୋର୍ଟ ଏପି ସିଂହଙ୍କୁ କହିଥିଲେ, ଆଉ ୪ରୁ ୫ ଘଣ୍ଟାର ସମୟ ରହିଛି । ଯଦି କିଛି ଦଲିଲ ରହିଛି, ତେବେ କୋର୍ଟକୁ ଦିଅନ୍ତୁ । ରାତି ୧୧ଟା ୩୦ରେ ନିର୍ଭୟା ଦୋଷୀଙ୍କ ପକ୍ଷରୁ ଅନ୍ୟ ଜଣେ ଆଇନଜୀବୀ କୋର୍ଟକୁ ଦଲିଲ ଦେଇଥିଲେ । ରାତି ୧୨ଟା ୦୫ରେ ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କ ଆବେଦନ ଖାରଜ କରିଥିଲେ ।

fasiରାତି ୧ଟା ୩୫ରେ ଦୋଷୀଙ୍କ ଓକିଲ ଏପି ସିଂହ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ଘରେ ପହଞ୍ଚିଥିଲେ । ଶୁଣାଣି ପାଇଁ ରାତି ୨ଟା ୩୦ର ସମୟ ଦେଇଥିଲେ ସୁପ୍ରମିକୋର୍ଟ । ଏହି ସମୟରେ ନିର୍ଭୟାଙ୍କ ପରିବାର ଲୋକେ ମଧ୍ୟ କୋର୍ଟରେ ପହଞ୍ଚିଥିଲେ । ରାତି ୨ଟା ୫୦ରେ ଘଟଣା ସମୟରେ ପଓ୍ଵନ ନାବାଳକ ଥିବା କୋର୍ଟରେ ଯୁକ୍ତି ବାଢିଥିଲେ ଏପି ସିଂହ । ପଓ୍ଵନର ସ୍କୁଲ ସାର୍ଟିଫିକେଟ୍‌, ସ୍କୁଲ ରେଜିଷ୍ଟର ଓ ଉପସ୍ଥାନ ମଧ୍ୟ କୋର୍ଟକୁ ଦେଖାଇଥିଲେ । ରାତି ୩ଟା ୧୦ରେ ଘଟଣା ସମୟରେ ପଓ୍ଵନ ନାବାଳକ ଥିବା ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.