କରୋନା ଭୟରେ ଏବେ ବିଶ୍ୱରେ ବନ୍ଦ ଜିମ୍‌ ସେଣ୍ଟର, ତେବେ ଘରେ ରହି ଏପରି କରନ୍ତୁ ଓ୍ଵାର୍କଆଉଟ୍‌

ବିଶ୍ୱରେ କରୋନା ଭାଇରସ କାରଣରୁ ସମସ୍ତ ଜିମ୍‌ ସେଣ୍ଟର ବନ୍ଦ କରାଯାଇଛି। ଏଥିସହ ବିଶ୍ୱରେ ସ୍କୁଲ, କଲେଜ, ଥିଏଟର, ସପିଂ ମଲ୍‌ ଆଦି ବନ୍ଦ କରାଯାଇଛି। କାରଣ ଜନଗହଳି ହେବା ଦ୍ୱାରା ଏହି ଭାଇରସ୍‌ ବ୍ୟାପିବାର ଆଶଙ୍କା ଅଧିକ ରହିଛି। ଏହିସବୁ ମଧ୍ୟରେ ପ୍ରତ୍ୟେକ ଦିନ ଜିମ୍‌ ଯାଉଥିବା ଲେକାମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ, ଯେ ପର୍ହ୍ୟନ୍ତ ଜିମ୍‌ ବନ୍ଦ ରହିଛି ସେ ପର୍ଯ୍ୟନ୍ତ କେମିତି ଓ୍ଵାର୍କଆଉଟ୍‌ କରାଯିବ? ଆଜ୍ଞା ହଁ ଏଥିପାଇଁ ଆପଣ ବିଲକୁଲ୍‌ ଚିନ୍ତା କରନ୍ତୁ ନାହିଁ। କିପରି ଆପଣ ଘରେ ରହି ମଧ୍ୟ ପ୍ରତ୍ୟେକ ଦିନ ୨୦ ମିନିଟ୍‌ ପର୍ଯ୍ୟନ୍ତ ଏକ୍ସରସାଇଜ୍‌ କରିପାରିବେ ସେ ନେଇ ଆମେ ଆଜି ଆପଣଙ୍କ ପାଇଁ ନେଇଆସିଛୁ ଏକ ସୁନ୍ଦର ଟିପ୍ସ, ଯାହାର ଓ୍ଵାର୍କଆଉଟ୍‌ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି।

ଏହି ଭିଡିଓ ଗତ ୧୬ ମାର୍ଚ୍ଚରେ ବଲିଉଡ୍‌ ଷ୍ଟାର କ୍ୟାଟ୍ରିନା ସେୟାର କରିଛନ୍ତି। ଭିଡିଓ ସେୟାର କରିବା ସହ ସେ ଲେଖିଛନ୍ତି, ଓ୍ଵାର୍କଆଉଟ୍‌ ଫ୍ରମ୍‌ ହୋମ। ଜିମ୍‌ ନଯାଇପାରିବାରୁ ମୁଁ ଓ୍ଵାର୍କଆଉଟ୍‌ ସେୟାର କରୁଛି। ଆଜ୍ଞା ହଁ ଆପଣମାନେ ମଧ୍ୟ ଏପରି ଓ୍ଵାର୍କଆଉଟ୍‌ ଘରେ କରିପାରିବେ। ଯଦି ଆପଣ ଏଭଳି ଓ୍ଵାର୍କଆଉଟ୍‌ ଘରେ କରୁଛନ୍ତି ତେବେ ନିଶ୍ଚିନ୍ତ ସୁସ୍ଥ ଏବଂ ଆକ୍ଟିଭ ରହିବେ। ଏହାବ୍ୟତୀତ ଆଜି ଆମେ ଆପଣଙ୍କୁ କିଛି ଭିନ୍ନ ଭିନ୍ନ ଭିଡିଓ ଦେଖାଇବୁ, ଯାହା ଦ୍ୱାରା ଆପଣ ଏହି ଭିଡିଓ ଦେଖି ମଧ୍ୟ ଘରେ ସହଜରେ ଏକ୍ସରସାଇଜ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.