ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ତାଣ୍ଡବ, ପାଣିପାଗ ବିଭାଗ ପକ୍ଷରୁ ସୂଚନା ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ଲାଗିରହିବ ଏଭଳି ସ୍ଥିତି

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ତାଣ୍ଡବ। ବାଲେଶ୍ୱରରେ ପ୍ରବଳ କୁଆପଥର ବର୍ଷା । ଗତକାଲି ସଂଧ୍ୟାରେ ସହର ବିଭିନ୍ନ ଅଞ୍ଚଳରେ ଝଡ଼ପବନ ସହ କୁଆପଥର ବର୍ଷା ଦେଖିବାକୁ ମିଳିଛି । ଅତ୍ୟଧିତ କୁଆପଥର ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା । ଚାନ୍ଦିପୁର ନିକଟ ଶ୍ରୀକୋଣା ପଞ୍ଚାୟତ ପଟା ପୋଲ ନିକଟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏତେମାତ୍ରାରେ କୁଆପଥର ବର୍ଷା ହୋଇଥିଲା ଯେ, ଏକ ନଳକୂପ ଅଧା ପୋତି ହୋଇଯାଇଥିଲା ।

forecastଢେଙ୍କାନାଳରେ ବି ଅଦିନିଆ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା ଯୋଗୁ କାମାକ୍ଷାନଗର ଉପଖଣ୍ଡରେ ଅନେକ ସ୍ଥାନରେ ଗଛ ଉପୁଡିବା ସହ ଆଜବେଷ୍ଟସ ଭାଙ୍ଗିଛି । କଙ୍କଡାହାଡ ବ୍ଲକ ଝିଲ୍ଲୀ ଗାଁରେ ରାସ୍ତା ଉପରେ ଗଛ ପଡି ମୁଖ୍ୟ ରାସ୍ତା ଅବରୋଧ ହୋଇଛି । ଏହାସହ ଅନୁଗୁଳରେ ଘଡଘହି ସହ ବର୍ଷା ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.