ଆରଡି ଆଖଣ୍ଡଳମଣି ପୀଠରେ ବନ୍ଦ ହେଲା ଭକ୍ତଙ୍କ ଦର୍ଶନ

କରୋନାର ଭୟ ଏବେ ସାରା ବିଶ୍ୱବାସୀଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଏହି କରୋନା ପ୍ରଭାବ ଯୋଗୁ ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣି ପୀଠରେ ମଧ୍ୟ ସର୍ବ ସାଧାରଣଙ୍କ ଦର୍ଶନ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଆଜିଠାରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ।

aaradiକେବଳ ସେବାୟତମାନେ ବାବାଙ୍କ ନୀତି ଏବଂ ପୂଜା କରିବେ। ତେଣୁ ଆଜି ସକାଳ ମଙ୍ଗଳ ଆରତି ପରେ ମନ୍ଦିର ପ୍ରଶାସସନ ତରଫରୁ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଛି। ତାହାସହ ପୀଠରେ ବିଭିନ୍ନ ସ୍ଥାନରେ ସଚେତନା ମୂଳକ ପୋଷ୍ଟର ମଧ୍ୟ ଲଗାଇଛି ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.