ନିର୍ଭୟା ମାମଲା : ପୁଣି ଫାଶୀ ତାରିଖ ଘୁଞ୍ଚିବା ଆଶଙ୍କା, ଆଜି ଅକ୍ଷୟ ଆବେଦନ କଲା ରଜକ୍ଷମା

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀମାନେ ଫାଶୀକୁ ବିଳମ୍ବ କରିବା ଏବଂ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଚାଲ୍‌ ଚଳାଇ ଚାଲିଛନ୍ତି । ଗତକାଲି ପବନ ଗୁପ୍ତା ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିବା ପରେ ଆଜି ଅକ୍ଷୟ କୁମାର ସିଂହ ପୁଣି ଥରେ ରାଜକ୍ଷମା ପାଇଁ ଆବେଦନ କରିଛି । ଅବଶ୍ୟ ଅକ୍ଷୟ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା ଏବଂ ରାଷ୍ଟ୍ରପତି ଏହାକୁ ଖାରଜ କରି ଦେଇ ସାରିଛନ୍ତି । ତା ପାଖରେ ଆଉ କୌଣସି ବିକଳ୍ପ ନଥିଲେ ମଧ୍ୟ ଆଇନ୍‌ ସହ ଖେଳ ଖେଳିବାକୁ ଅକ୍ଷୟ ଆଜି ପୁଣି ଥରେ ରାଜକ୍ଷମା ଆବେଦନ କରିଛି । ଏ ସମ୍ପର୍କରେ ଅକ୍ଷୟର ଓକିଲ କହିଛନ୍ତି ଯେ ପୂର୍ବଥର ରାଜକ୍ଷମା ତାର ବାପା ମା ଆବେଦନ କରିଥିଲେ । ଏଥର ନିଜେ ଅକ୍ଷୟ ରାଜକ୍ଷମା ଆବେଦନ କରିଛି ।
ଆସନ୍ତା ମାର୍ଚ୍ଚ ୩ ତାରିଖରେ ଚାରି ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ଲାଗି ନିର୍ଦ୍ଦେଶ ହୋଇଛି । ତା ପୂର୍ବରୁ ସେମାନେ ଫାଶୀକୁ ଟାଳିବା ପାଇଁ ଯେତେ ସମ୍ଭବ ସେତେ ପ୍ରକାର କୌଶଳ ଆପଣାଉଛନ୍ତି । ଏଭଳି ଆଇନ୍‌ଗତ କୌଶଳ ଯୋଗୁଁ ପୂର୍ବରୁ ଦୁଇ ଦୁଇଥର ଫାଶୀ ଘୁଞ୍ଚି ସାରିଛି । ପ୍ରଥମେ ଜାନୁଆରୀ ୨୨ ଓ ପରେ ଷଫବ୍ରୁଆରୀ ୧ ତାରିଖକୁ ଫାଶୀ ଘୁଞ୍ଚିଥିଲା । ବର୍ତ୍ତମାନ ସ୍ଥିତିରୁ ମାର୍ଚ୍ଚ ୩ ତାରିଖ ମଧ୍ୟ ଘୁଞ୍ଚିବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.