Below header

ଦିଲ୍ଲୀ ପୋଲିସ କମିଶନର ଭାବେ ଆଜି ଅବସର ନେଉଛନ୍ତି ଓଡ଼ିଆ ଆଇପିଏସ ଅଧିକାରୀ ଅମୂଲ୍ୟ ପଟ୍ଟନାୟକ

ଚାକିରି ଆରମ୍ଭରୁ ପ୍ରଶଂସା, ଶେଷରେ ବିବାଦୀୟ । ଦିଲ୍ଲୀ ପୋଲିସ କମିଶନର ଭାବେ ଆଜି ଅବସର ନେଉଛନ୍ତି ଓଡ଼ିଆ ଆଇପିଏସ ଅଧିକାରୀ ଅମୂଲ୍ୟ ପଟ୍ଟନାୟକ । ପୋଲିସ କମିଶନର ଭାବେ ଅମୂଲ୍ୟ ପଟ୍ଟନାୟକ ୩ ବର୍ଷ ୧ ମାସ କାର୍ଯ୍ୟ ତୁଲାଇଥିବା ବେଳେ ଶେଷ ୬ ମାସ ବିବାଦୀୟ ହୋଇପଡ଼ିଥିଲେ । ୩୫ ବର୍ଷର ଚାକିରୀ କାଳ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱ ତୁଲାଇଛନ୍ତି ଅମୂଲ୍ୟ ପଟ୍ଟନାୟକ । ତେବେ ଚାକିରିର ଶେଷ ୬ ମାସ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବା ସହ ବିବାଦୀୟ ହୋଇପଡ଼ିଛନ୍ତି । ୨୦୧୯ ମସିହା ନଭେମ୍ବର ୫ ତାରିଖରେ ତିସହଜାରୀ କୋର୍ଟରେ ଓକିଲଙ୍କ ସହ ମୁହାଁମୁହିଁ ପରିସ୍ଥିତି ନେଇ ଦିଲ୍ଲୀ ପୋଲିସର ୨ ହଜାରରୁ ଅଧିକ କର୍ମଚାରୀ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକି ଦିଲ୍ଲୀ ପୋଲିସ ଇତିହାସରେ ପ୍ରଥମ । ସେହିପରି ୨୦୨୦ ମସିହା ଜାନୁଆରୀ ୫ରେ ଜେଏନୟୁରେ ମୁଖାପିନ୍ଧା ଦୁର୍ବୃତ୍ତ ଆତଙ୍କ ଖେଳାଇଥିଲେ । ଏହି ସମୟରେ ପୋଲିସ ଜେଏନୟୁ ଫାଟକ ପାଖରେ ଥିଲେ ମଧ୍ୟ ଅନୁମତି ନଥିବା କହି ଭିତରକୁ ଯାଇନଥିବା ଅଭିଯୋଗ ଉଠିଥିଲା । ହେଲେ ଏହାପୂର୍ବରୁ ଗତବର୍ଷ ଡିସେମ୍ବର ୧୫ରେ ଜାମିଆ ହିଂସା ବେଳେ ପୋଲିସ କ୍ୟାମ୍ପସ ଭିତରକୁ ପଶି ଛାତ୍ରଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଗତ ୨୩ରେ ଉତ୍ତର ପୂର୍ବ ଦିଲ୍ଲୀ ଜାଫରାବାଦ୍‌ରେ ଯାହା କିଛି ଘଟିଲା ତାହା ଅମୂଲ୍ୟ ପଟ୍ଟନାୟକଙ୍କ ଟେନସନ ବଢ଼ାଇ ଦେଇଥିଲା । ଏହି ଦଙ୍ଗାରେ ମୃତ୍ୟୁ ସଂଖ୍ୟା ୪୩ ଟପିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଦିଲ୍ଲୀ ପୋଲିସ ଉପରୁ ଅମୂଲ୍ୟଙ୍କ ନିୟନ୍ତ୍ରଣ ଖସି ଥିବା ବେଳେ ପରିସ୍ଥିତି ସମ୍ଭାଳିବାକୁ ସ୍ପେସାଲ କମିଶନର ଏସ.ଏନ୍‌ ଶ୍ରୀବାସ୍ତବଙ୍କୁ ନିଯୁକ୍ତି ଦିଆଯାଇଥିଲା।

୨୦୧୭ ଜାନୁଆରୀ ୩୦ରୁ ସେ ଦିଲ୍ଲୀ ପୋଲିସ କମିଶନର ଅଛନ୍ତି । ଆସନ୍ତା ବର୍ଷ ଜାନୁଆରୀରେ ଅବସର ନେବେ । ପୋଲିସ କମିଶନର ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ଦିଲ୍ଲୀ ପୋଲିସର ଭିଜିଲାନ୍‌ସ ଓ ପ୍ରଶାସନର ସ୍ୱତନ୍ତ୍ର କମିଶନର ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଅମୂଲ୍ୟ ପଟ୍ଟନାୟକ ଦିଲ୍ଲୀ ନଜାଫଗଡ଼ର ଏସିପି ଭାବେ ଆରମ୍ଭ କରିଥିଲେ ଚାକିରୀ ଜୀବନ । ସେହିପରି ପଣ୍ଡିଚେରୀରେ ଏସଏସପି ଭାବେ ମଧ୍ୟ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି । କିଛି ଦିନ ପୂର୍ବରୁ ଦିଲ୍ଲୀରେ ପୋଲିସଙ୍କ ବଡ଼ ଧରଣର ଆନ୍ଦୋଳନ ବେଳେ ସାମ୍ନାକୁ ଆସି ମୁକାବିଲା କରିଥିଲେ ଅମୂଲ୍ୟ ପଟ୍ଟନାୟକ । ସେହିପରି ଏବେ ସାଉଥ-ଇଷ୍ଟ ଦିଲ୍ଲୀ ଡିସିପି ଅଛନ୍ତି ଓଡ଼ିଆ ଆଇପିଏସ ଅଫିସର ଚିନ୍ମୟ ବିଶ୍ୱାଳ । ସେ ୨୦୦୮ ବ୍ୟାଚ ଅଗମଟ କ୍ୟାଡର ଆଇପିଏସ ଅଧିକାରୀ। ବିଜେବି କଲେଜରେ ଅଧ୍ୟୟନ କରିଥିବା ଡିସିପି ଚିନ୍ମୟ ବିଶ୍ୱାଳଙ୍କର ଛାତ୍ର ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଦିଲ୍ଲୀରେ ଶାନ୍ତି ଶୃଙ୍ଖଳା ବଜାୟ ସହ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଓ ଚିନ୍ମୟ ବିଶ୍ୱାଳ ଉଦ୍ୟମ ଚଳାଇଛନ୍ତି । ଛାତ୍ର ଆନ୍ଦୋଳନର ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ।

କରିଛନ୍ତି । ପୂର୍ବରୁ ଗତ ଜାନୁଆରୀ ୩୧ରେ ତାଙ୍କର କାର୍ଯ୍ୟକାଳ ସରିବାର ଥିଲା । ହେଲେ ଦିଲ୍ଲୀ ନିର୍ବାଚନ ପାଇଁ ତାଙ୍କ ଚାକିରୀକୁ ଆଉ ଏକ ମାସ ବଢ଼ାଯାଇଥିଲା । ୧୯୮୫ ବ୍ୟାଚର ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ ୟୁନିଅନ ଟେରିଟୋରିଜ ବା ଅଗମଟ କ୍ୟାଡର ଆଇପିଏସ ଅଫିସର ଅମୂଲ୍ୟ ପଟ୍ଟନାୟକ । ୩୫ ବର୍ଷର ଚାକିରୀ କାଳ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱ ତୁଲାଇଛନ୍ତି ଅମୂଲ୍ୟ ପଟ୍ଟନାୟକ । ତେବେ ଶେଷ ୬ ମାସ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠଇବା ସହ ବିବାଦୀୟ ହୋଇପଡ଼ିଛନ୍ତି । ୨୦୧୯ ମସିହା ନଭେମ୍ବର ୫ ତାରିଖରେ ତିସହଜାରୀ କୋର୍ଟରେ ଓକିଲଙ୍କ ସହ ମୁହାଁମୁହିଁ ପରିସ୍ଥିତି ନେଇ ଦିଲ୍ଲୀ ପୋଲିସର ୨ ହଜାରରୁ ଅଧିକ କର୍ମଚାରୀ ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକି ଦିଲ୍ଲୀ ପୋଲିସ ଇତିହାସରେ ପ୍ରଥମ । ସେହିପରି ୨୦୨୦ ମସିହା ଜାନୁଆରୀ ୫ରେ ଜେଏନୟୁରେ ମୁଖାପିନ୍ଧା ଦୁର୍ବୃତ୍ତ ଆତଙ୍କ ଖେଳାଇଥିଲେ । ଏହି ସମୟରେ ପୋଲିସ ଜେଏନୟୁ ଫାଟକ ପାଖରେ ଥିଲେ ମଧ୍ୟ ଅନୁମତି ନଥିବା କହି ଭିତରକୁ ଯାଇନଥିବା ଅଭିଯୋଗ ଆସିଥିଲା । ହେଲେ ଏହାପୂର୍ବରୁ ଗତବର୍ଷ ଡିସେମ୍ବର ୧୫ରେ ଦିଲ୍ଲୀ ଜାମିଆ ହିଂସା ବେଳେ ପୋଲିସ କ୍ୟାମ୍ପସ ଭିତରକୁ ପଶି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଥିବା ସମାଲୋଚନା ହୋଇଥିଲା । ଗତ ୨୩ରେ ଉତ୍ତର ପୂର୍ବ ଦିଲ୍ଲୀ ଜାଫରାବାଦ୍‌ରେ ଯାହା କିଛି ଘଟିଲା ତାହା ଅମୂଲ୍ୟ ପଟ୍ଟନାୟକଙ୍କ ଟେନସନ ବଢ଼ାଇ ଦେଇଥିଲା । ଏହି ଦଙ୍ଗାରେ ମୃତ୍ୟୁ ସଂଖ୍ୟା ୪୩ ଟପିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପରିସ୍ଥିତି ଏମିତି ହୋଇଥିଲା ଯେ, ସ୍ପେସାଲ କମିଶନର ଏସ.ଏନ୍‌ ଶ୍ରୀବାସ୍ତବଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ନିଜ କାର୍ଯ୍ୟକାଳରେ ବିଭିନ୍ନ ସମୟରେ ପ୍ରଶଂସିତ ହୋଇଥିବା ଅମୂଲ୍ୟଙ୍କ ଶେଷ ୬ ମାସ କାର୍ଯ୍ୟକାଳ ବିବାଦୀୟ ହୋଇପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.