Below header

ଫାଶୀ ତାରିଖ ଘୋଷଣା ପରେ ନିର୍ଭୟା ଦୋଷୀଙ୍କ ବ୍ୟବହାରରେ ଘଟିଛି ବିରାଟ ପରିବର୍ତ୍ତନ, ମା’ଙ୍କୁ ଦେଖି କାନ୍ଦି ପକାଇଲେ ଜଣେ

ଫାଶୀ ତାରିଖ ଓ ସମୟ ଘୋଷଣା ହେବା ପରେ ନିର୍ଭୟା ଦୋଷୀଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଏବେ ୪ ଅଭିଯୁକ୍ତଙ୍କ ବ୍ୟବହାରରେ ବିରାଟ ପରିବର୍ତ୍ତନ ଘଟିଛି। ଚାରିଜଣଙ୍କ ମଧ୍ୟରୁ ତିନି ଜଣ ହିଂସ୍ର ହୋଇପଡ଼ିଥିବା ବେଳେ ଆଉ ଜଣେ ଶାନ୍ତ ଅଛନ୍ତି। ଫାଶୀ ତାରିଖ ଘୋଷଣା ହେବା ପରେ ଅଭିଯୁକ୍ତ ମୁକେଶ ସିଂହଙ୍କ ମା’ ତାଙ୍କୁ ଦେଖା ହେବାକୁ ଯାଇଥିଲେ। ସେତେବେଳେ ମୁକେଶଙ୍କ ବ୍ୟବହାର ଭିନ୍ନଧରଣର ଥିଲା ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ମା’ଙ୍କ ସହ ଦେଖା ହେବା ବେଳେ ମୁକେଶ ଭାବୁକ ହୋଇ କାନ୍ଦିପକାଇଥିଲେ। ପରେ ମା’ ତାଙ୍କୁ କ୍ୟୁରେଟିଭ୍‌ ଓ ଦୟା ଯାଚିକା କଥା କହିବାରୁ ସେ ଶାନ୍ତ ହୋଇଥିଲେ। ମୁକେଶ ମା’ଙ୍କୁ ଘର କଥା ପଚାରିଥିବା ଜଣାଯାଇଛି।

ଜେଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଏହା ଶେଷ ଦେଖା ନୁହେଁ। ନିୟମାନୁସାରେ, ଅଭିଯୁକ୍ତଙ୍କୁ ସପ୍ତାହକୁ ଦୁଇଥର ପରିବାର ଲୋକଙ୍କ ସହ ସାକ୍ଷାତ କରିବାକୁ ଅନୁମତି ରହିଛି। ଫାଶୀ ପୂର୍ବରୁ ଶେଷ ସାକ୍ଷାତ କେବେ ହେବ ସେ ନେଇ ପରିବାରକୁ ଜଣାଇ ଦିଆଯିବ। ଫାଶୀ ପରେ ପରିବାର ଲୋକ ଅଭିଯୁକ୍ତଙ୍କ ଜିନିଷପତ୍ର ନେଇ ଯାଇପାରିବେ।

ସୂଚନାନୁଯାୟୀ, ନିର୍ଭୟାର ଚାରି ଦୋଷୀ ଏବେ ଜେଲରେ କଥାବାର୍ତ୍ତା କରିବା ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଚାରି ଜଣଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟିଛି। ମୁକେଶ, ଅକ୍ଷୟ ଓ ପବନ ଜେଲ କର୍ମୀଙ୍କ ସହ ପାଟିତୁଣ୍ଡ ମଧ୍ୟ କରିଥିଲେ। ଏମିତିକି କଥା ହାତାହାତି ପର୍ଯ୍ୟନ୍ତ ବି ଚାଲିଯାଇଥିଲା। ଏହି ଝଗଡ଼ା ଖାଦ୍ୟକୁ ନେଇ ହୋଇଥିଲା। ଅନ୍ୟପଟେ ଚତୁର୍ଥ ଦୋଷୀ ବିନୟ ଶର୍ମା ଏବେ ଶାନ୍ତ ଅଛନ୍ତି।

Image result for nirbhaya case

ଫାଶୀ ପାଇଁ ଜେଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ଚାରିଜଣଙ୍କ ମନ ଶାନ୍ତ ରଖିବାକୁ ଧର୍ମ ପୁସ୍ତକ ଦିଆଯାଇଛି। ନିୟମିତ ବ୍ୟବଧାନରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଚାଲିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.