Below header

ଜାତୀୟ ଯୁବ ଦିବସରେ ଯାଜପୁରରେ ଆୟୋଜିତ ହେଲା ମିନି ମାରାଥନ୍‌

ଯାଜପୁର ଟାଉନ୍‌ (କେନ୍ୟଜ୍): ଜାତୀୟ ଯୁବ ଦିବସ ଅବସରରେ ଯାଜପୁରରେ ଆୟୋଜିତ ହୋଇଛି ମିନି ମାରାଥନ୍‌ । ପୂର୍ବତନ ବିରୋଧୀ ଦଳ ନେତା ସ୍ୱର୍ଗତ ଅଶୋକ ଦାସ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ମିନି ମାରାଥନ୍‌ । ସ୍ଥାନୀୟ ମାଳଆନନ୍ଦପୁରରୁ ମାରାଥନ୍‌ ଆରମ୍ଭ ହୋଇ ବାଳାଶ୍ରମ ପଡ଼ିଆରେ ଶେଷ ହୋଇଥିଲା । ଏଥିରେ ୩ ହଜାରରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ପ୍ରତିଯୋଗୀଙ୍କୁ ନଗଦ ୨୦ ହଜାର ଟଙ୍କା ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୧୫ ହଜାର ଏବଂ ତୃତୀୟ ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ସେହିଭଳି ଉଭୟ ବର୍ଗର ୭ ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ashok dash minimarathonଏହି ମାରାଥନ କାର୍ଯ୍ୟକ୍ରମରେ ଯାଜପୁର ଏସପି,ଉପଜିଲାପାଳ ଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ପ୍ରାୟ ୧୨ କିଲୋମିଟର ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ମାରାଥନରେ ପୁରୁଷ ବିଭାଗରେ ମାଲକାନଗିରିର ଭୁଦ୍ରା ବିଶାୟକ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମହିଳା ବିଭାଗରେ ଖୋର୍ଦ୍ଧା ଜିଲାର ସମସାଦା ବେଗମ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏଭଳି ମାରାଥନ ଆୟୋଜନ ପଂଳରେ ପ୍ରତିଯୋଗୀ ମାନେ ଅଧିକ ଉତ୍ସାହିତ ହୋଇଥିଲେ । ଆଗକୁ ଏଭଳି ଉଦ୍ୟମ ଜାରି ରହିଲେ ଅଧିକରୁ ଅଧିକ ପ୍ରତିଭା ବାହାରି ପାରିବେ ବୋଲି ମତପ୍ରକାଶ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.