Below header

ବିଜେପି ଫୋକସରେ ମହିଳା ଓ ଯୁବଶକ୍ତି, ସାଂସଦ ଅପରାଜିତା ଗଢ଼ିଲେ ‘ୟୂଥ୍‌ ଫର ଆକ୍ସନ’,ବେକାର ଯୁବକଙ୍କ ପାଇଁ କାମ କରିବ ସଂଗଠନ

କେନ୍ୟୁଜ୍(ବ୍ୟୁରୋ):  ବିଜେପି ଫୋକସରେ ମହିଳା ଓ ଯୁବଶକ୍ତି । ସାଂସଦ ଅପରାଜିତା ଯୁବକ ମାନଙ୍କ ପାଇଁ ଗଢ଼ିଲେ ନୂଆ ସଂଗଠନ ୟୂଥ୍‌ ଫର ଆକ୍ସନ । ସାଂସଦ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ଜିଲ୍ଲାରୁ ଶତାଧିକ ଯୁବକ ଏହି ସଂଗଠନରେ ସାମିଲ ହୋଇଛନ୍ତି । ବେକାର ଯୁବକ ମାନଙ୍କ ପାଇଁ ଏହି ସଂଗଠନ କାମ କରିବ । ବିଜୁ ଯୁବ ବାହିନୀକୁ ଏହି ସଂଗଠନ ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି । ସାଂସଦ ଅପରାଜିତା କହିଛନ୍ତି ଏହା କୌଣସି ରାଜନୀତିକ ଉଦେଶ୍ୟ ରଖି କରାଯାଇ ନାହିଁ ।

ବିଜେଡିର ଅମୋଘ ଅତ୍ସ ହେଉଛି ମହିଳା ଓ ଯୁବ ଭୋଟର । ଏହାକୁ ଆଖି ଆଗରେ ରଖି ଅପରାଜିତା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଅଜିତା ଏବଂ ଯୁବକ ମାନଙ୍କ ପାଇଁ ୟୁଥ୍‌ ଫର ଆକ୍ସନ ସଂଗଠନ କରିଛନ୍ତି । ଯୁବକ ମାନେ ଏହି ସଂଗଠନରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଛନ୍ତି

କିଛି ମାସ ପୂର୍ବରୁ ସାଂସଦ ଅପରାଜିତା ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ । ଏହା ପରେ ଗଠନ କରିଛନ୍ତି ନୂଆ ସଂଗଠନ । ଏଥର ରାଜ୍ୟ ବିଜେପି ସଭାପତି ଉପକୂଳ ଓଡ଼ିଶାରୁ ହେବା ଚର୍ଚ୍ଚା ଜୋର ଧରିଛି । ଅପରାଜିତାଙ୍କ ଏଭଳି ପଦକ୍ଷେପ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.