Below header

ଛି କି ଲଜ୍ଜା, ଦୁର୍ଷ୍କମ ପୀଡିତାର ମୃତ୍ୟୁପରେ ଦେଲେ ନାହିଁ କାନ୍ଧ କିନ୍ତୁ ଅନ୍ତ୍ୟେଷ୍ଟିକ୍ରିୟାରେ ଭୋଜି ଖାଇବାକୁ ଚାଲି ଆସିଲେ ଲୋକ

ଉତ୍ତରପ୍ରଦେଶ: ଦିନକୁ ଦିନ ହଜିଯାଉଛି ମଣିଷର ମାନବିକତା। ସଭ୍ୟ ସମାଜରେ ବଞ୍ଚୁଥିଲେ ମଧ୍ୟ କିଛିଟା ଅସଭ୍ୟ ଲୋକଙ୍କ ପାଇଁ  ସମଗ୍ର ସମାଜ କଳୁଶିତ ହେବାରେ ଲାଗୁଛି। ଅଧୁନିକ ଯୁଗରେ ବଞ୍ଚୁଥିଲେ ମଧ୍ୟ ଆଜି ବି ମଣିଷ ଜାବୁଡି ଧରିଛି ସେହି ପୁରୁଣା ଲୋକକଥା ଓ ଅନ୍ଦବିଶ୍ବାସ।  ଯାହାର ଜ୍ବଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ ଆଗରାରେ। ଯେଉଁଠାରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ମ୍‌ତ୍ୟ ପରେ କେହି ଆସିନଥିଲେ ଅନ୍ତିମ ସଂସ୍କାର କରିବା ପାଇଁ। ଶେଷରେ ସ୍ଥାନୀୟ ପୋଲିସ  ପୀଡିତାଙ୍କ ଶବକୁ ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କରିଥିଲା। ପରେ ଶୁଦ୍ଧି ହୋଇ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣଙ୍କୁ ଅନ୍ତ୍ୟେଷ୍ଟିକ୍ରିୟାର ଭୋଜି ଖାଇବାକୁ ଦେଇଥିଲା । ଯେଉଁ ଲୋକମାନେ ପୀଡିତାର ମରଶରୀରକୁ କାନ୍ଧ ଦେବାକୁ ଆସିନଥିଲେ  ସେହିମାନେ ଅନ୍ତ୍ୟେଷ୍ଟି ଭୋଜି ଖାଇବାକୁ ଆସିଯାଇଥିଲେ ଓ ଖାଇସାରି ପୋଲିସକୁ ପ୍ରଶଂସା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.