ଝିଅର ସେହି କରୁଣ ଚିତ୍କାର ମା’ଙ୍କୁ ଆଜିବି ଶୁଆଇ ଦେଉନି, ଜାଣନ୍ତୁ ନିର୍ଭୟାଙ୍କ ଶେଷ କଥା କ’ଣ ଥିଲା

କେବଳ ଦେଶ ନୁହେଁ ସାରା ବିଶ୍ବକୁ ଚକିତ କରିଦେବା ଭଳି ଘଟଣା ଘଟିଥିଲା ୧୬ ଡିସେମ୍ବର ୨୦୧୨ରେ । ତାହା ହେଉଛି ନିର୍ଭୟା ଦୁଷ୍କର୍ମ ଘଟଣା। ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ମିଳିବାକୁ ଯାଉଛି ନିର୍ଭୟାଙ୍କୁ ନ୍ଯାୟ। ଆସନ୍ତା ଫେବ୍ରୁଆରୀ ୧ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ହେବାକୁ ଯାଉଛି । ନିର୍ଭୟା ଦୁଷ୍କର୍ମର ଚାରି ଜଣ ଅଭିଯୁକ୍ତ ମୁକେଶ,ବିନୟ,ପୱନ ଏବଂ ଅକ୍ଷୟ ବର୍ତ୍ତମାନ ହାଇ ସିକ୍ଯୁରିଟି ସେଲରେ ବନ୍ଦ ଅଛନ୍ତି । ଅନ୍ଯପଟେ ଅଭିଯୁକ୍ତ ମୁକେଶର ରାଜକ୍ଷମାକୁ ରାଷ୍ଟ୍ରପତି ଖାରଜ କରିଦେବାପରେ ତାର ସବୁ ବିକଳ୍ପ ସରିଯାଇଛି ଅର୍ଥାତ୍ ତାକୁ ଫାଶୀ ମିଳିବା ସୁନିଶ୍ଚିତ ହୋଇଯାଇଥିବାବେଳେ ପୱନ,ଅକ୍ଷୟ ଏବଂ ବିନୟ ଏଯାଏ ରାଜକ୍ଷମା ଆବେଦନ କରିନାହାନ୍ତି ।

nirvayaଗତ କିଛି ଦିନ ତଳେ ସୁପ୍ରିମକୋର୍ଟଙ୍କ ଓକିଲ ଇନ୍ଦିରା ଜୟସିଂ ନିର୍ଭୟାଙ୍କ ମାଙ୍କୁ ଅଭିଯୁକ୍ତମାନଙ୍କୁ କ୍ଷମା କରିଦେବାକୁ କହିଥିଲେ । ଯାହାପରେ ନିର୍ଭୟାଙ୍କ ମା ଆଶାଦେବୀ କହିଥିଲେ ଯେ, ଭଗବାନ ବି ଯଦି ମୋତେ କହିବେ ମୁଁ କ୍ଷମା କରିବି ନାହିଁ । ନିହାତୀ ତାଙ୍କର ଏହି ଭାବନା ପଛରେ ଝିଅର ସେହି କରୁଣ ଚିତ୍କାର ରହିଛି, ଯେଉଁଥିରେ କେବଳ ଗୋଟେ କଥା ହିଁ ସେ ବାରମ୍ବାର କହୁଥିଲେ ମାଁ, ରାକ୍ଷାସ ମାନଙ୍କୁ ଦଣ୍ଡ ଦେବ । ତେବେ ସାରା ଜୀବନ ପାଇଁ ଶୋଇଯିବା ପୂର୍ବରୁ ନିର୍ଭୟା ନିଜ ମାଙ୍କୁ ବହୁ କଥା କହିଥିଲେ । ଯାହା ପରେ ମିଡିଆ ରିପୋର୍ଟରେ ସାମ୍ନାକୁ ଆସିଥିଲା ।

tiharଜାଣନ୍ତୁ ନିଜର ଶେଷ ସମୟରେ କଣ କହିଥିଲେ ନିର୍ଭୟା:

ନିର୍ଭୟା ନିଜର ଅନ୍ତିମ ସମୟରେ ଦ୍ରୁଢ ସଂକଳ୍ପ ଦେଖାଇଥିଲେ । ଡକ୍ଟର ମାନେ କହିଥିଲେ କି ଆସନ୍ତା ତିନି ଦିନ ନିର୍ଭୟାଙ୍କ ପାଇଁ ବହୁତ ସଙ୍ଗୀନ୍ । ଏହି ସମୟରେ ବିଭିନ୍ନ ରାଜନେତା ମାନେ ପୀଡିତାଙ୍କୁ ଭେଟିବାକୁ ହସ୍ପିଟାଲରେ ପହଁଚିଥିଲେ । ଏହି ସମୟରେ କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାସ ମନ୍ତ୍ରୀ କ୍ରୁଷ୍ଣା ତିରଥ ପୀଡିତା ଏବଂ ତାଙ୍କ ସମ୍ପର୍କିୟଙ୍କ ସହିତ ଦେଖାକରିବା ପାଇଁ ହସ୍ପିଟାଲରେ ପହଁଚିଥିଲେ । ସେ ଯେତେବେଳେ ସେମାନଙ୍କୁ ଦେଖାକରି ବାହାରକୁ ଆସିଥିଲେ ସେ କହିଥିଲେ କି, ନିର୍ଭୟାଙ୍କ ଅନ୍ତଃ ବହୁତ ଖରାପ ଭାବେ କ୍ଷତିଗ୍ରସ୍ତ ହୋଇଛି । ଯେଉଁଥିପାଇଁ ଆଉ ଏକ ସର୍ଜରୀ କରିବାକୁ ପଡିବ । ଏହାପରେ ତାଙ୍କୁ ଅପରେସନ୍ ଥ୍ରୀଏଟର ବାହାରକୁ ଅଣାଯିବ । ସେ ଏହା କହିଥିଲେ କି ପୀଡିତାଙ୍କର ବିଶେଷ ଭାବେ ଚିକିତ୍ସା ଜାରି ରହିଛି ।

imagesଏହାସହ ମନ୍ତ୍ରୀ କହିଥିଲେ କି, ତାଙ୍କ ମନ୍ତ୍ରାଳୟ ଆର୍ଥିକ ରୂପେ ସମସ୍ତ ପ୍ରକାରର ସମର୍ଥନ କରୁଛି ଏବଂ ଏହି ଘଟଣାର ତଦନ୍ତ କରି ଦୁଇ ମାସ ଭିତରେ ମାମଲାର ଶୁଣାଣି ଶେଷ କରାଯିବ । କାରଣ ପୀଡିତାଙ୍କ ପରିବାର ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି କରିବାକୁ ଦାବି କରିଥିଲେ । ଏହାସହ କ୍ରୁଷ୍ଣା ତିରଥ ର୍ନିଭୟାଙ୍କୁ ନେଇ କହିଥିଲେ କି, ସେ ତାଙ୍କୁ ପିଠି ଏବଂ ଅନ୍ଯ ସ୍ଥାନରେ ଯନ୍ତ୍ରଣା ହେଉଥିବା ନେଇ ଜଣାଇଥିଲେ । ତେବେ ଏହାପରେ ନିର୍ଭୟା ନିଜ ମାଙ୍କୁ କହିଥିଲେ କି, ମାଁ ମୁଁ ବଞ୍ଚିବାକୁ ଚାହୁଁଛି ।

nirbhyaଡାକ୍ତରଙ୍କ ମୁତାବକ ବହୁତ ମାଡ ମରାଯିବା କାରଣରୁ ତାଙ୍କର ଅନ୍ତଃ ଗଭୀର ରୂପେ ଆଘାତ ହେଇଥିଲା । ବେହୋସ୍ ଥିବା ଅବସ୍ଥାରେ ତାଙ୍କୁ ଚଳନ୍ତା ଗାଡିରୁ ଫୋପାଡିଦେବା କାରଣରୁ ତାଙ୍କର ମୁଣ୍ଡ ଏବଂ ମୁହଁ ଖଣ୍ଡିଆ ଖାବରା ହୋଇଯାଇଥିଲା । ଡାକ୍ତର ଏହା ମଧ୍ଯ କହିଥିଲେ ଶରୀର ଭିତରେ ଏତେ ମାତ୍ରାରେ କ୍ଷତ ହେବା କାରଣରୁ ତାଙ୍କର ରିକୋଭରି ହୋଇପାରୁନଥିଲା । ଯାହା ତାଙ୍କ ପାଇଁ ଅସୁବିଧା ସ୍ରୁଷ୍ଟି କରିଥିଲା । ଶେଷରେ ନିର୍ଭୟା ଆଖି ବୁଜିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.