LIC ଜାନୁଆରୀରୁ ବନ୍ଦ କରିବାକୁ ଯାଉଛି ଜୀବନ ଆନନ୍ଦ ସମେତ ଏହି ୨୩ ପ୍ଲାନ, ବଢ଼ିପାରେ ପ୍ରିମିୟମ

ବହୁତ ଜଲଦି LIC ନିଜର ଦୁଇ ଦର୍ଜନ ପ୍ଲାନକୁ ବନ୍ଦ କରିବାକୁ ଯାଉଛି। ଏହି ସବୁ ପ୍ଲାନ ମଧ୍ୟରେ ରହିଛି , ଜୀବନ ଉମଙ୍ଗ, ଜୀବନ ଲକ୍ଷ୍ୟ ଭଳି ଲୋକପ୍ରିୟ ପ୍ଲାନ ମଧ୍ୟ ସାମିଲ ଅଛି। ଖବର ଅନୁଯାୟୀ ଇନସୁରାନ୍ସ ରେଗୁଲେଟୋରୀ ବଡିର ଦିଶା ନିର୍ଦ୍ଦେଶକୁ ପାଳନ କରିବା ଉଦ୍ଦେଶ୍ୟରେ ଏହି ଯୋଜନାକୁ ୧ ଫେବୃଆରୀରେ ନୂଆ ଭାବରେ ଆରମ୍ଭ କରାଯିବ।

ଏହି ନୂଆ ଯୋଜନାରେ ନା କେବଳ ରିଟର୍ଣ୍ଣ କମ୍‌ ମିଳିବ ବରଂ ଏହାର ପ୍ରିମିୟମ ମଧ୍ୟ ବଢ଼ିଯିବ। ଏହି କାରଣ ପାଇଁ ଏଲଆଇସି ଏଜେଣ୍ଟ ଗ୍ରାହକଙ୍କୁ ୩୧ ଜାନୁୟାରୀ ପୂର୍ବରୁ ଏହି ଯୋଜନାରେ ନିବେଶ କରିବାକୁ ପରାମର୍ଶ ଦିଆଯାଉଛି।

କେଉଁ ଯୋଜନା ହେବ ବନ୍ଦ

licରେଗୁଲେଟରୀ ବଡି ଇନସୁରାନ୍ସ ପ୍ରୋଡକ୍ଟସ ଗ୍ରାହକଙ୍କୁ ଅଧିକ ସେବା ଯୋଗାଇବାକୁ ଚାହୁଁଛି। ଏହାସହିତ ଏମିତି କଲେ ଗ୍ରାହକ ହେଉଥିବା ଠକାମିର ଶିକାର ଉପରେ ଲଗାମ ଲଗାଯାଇପାରିବ। ଏଲଆଇସି ଯେଉଁ ଯୋଜନାକୁ ବନ୍ଦ କରୁଛି ସେଥିରେ ନନ୍‌ଲିଙ୍କଡ୍‌ ଇନଡିଭିଜୁଆଲ ଇନସୁରାନ୍ସ ପ୍ଲାନ, ୟୁନିଟ୍‌ ଲିକ୍ୟୁଡି ଇନଡିଭିଜୁଆଲ ଇନସୁରାନ୍ସ ପ୍ଲାନ, ଏକ ରାଇଡର ପ୍ଲାନ ଏବଂ ତନୋଟି ନନ୍‌ ଲିଙ୍କଡ୍‌ ଗୃପ ଇନସୁରାନ୍ସ ପ୍ଲାନ ସାମିଲ ରହିଛି।

ଏଲଆଇସିର ଯେଉଁ ନନ୍‌ ଲିଙ୍କଡ୍‌ ଇନଡିଭିଜୁଆଲ ଇନସୁରାନ୍ସ ପ୍ଲାନକୁ ବନ୍ଦ କରିବାକୁ ଯାଉଛି, ଏଥିରେ ସିଙ୍ଗଲ ପ୍ରିମିୟମ ଏନଡାଉମେଣ୍ଟ ପ୍ଲାନ, ନ୍ୟୁ ଏନଡାଉମେଣ୍ଟ ପ୍ଲାନ, ନ୍ୟୁ ମନି ବ୍ୟାକ-୨୦ ଇୟର୍ସ, ନ୍ୟୁ ଜୀବନ ଆନନ୍ଦ, ଅନମୋଲ ଜୀବନ୨, ଲିମିଟେଡ୍‌ ପ୍ରିମିୟମ ଏନଡାଉମେଣ୍ଟ ପ୍ଲାନ, ନ୍ୟୁ ଚିଲଡ୍ରେନ୍ସ ମନି ବ୍ୟାକ୍‌ ପ୍ଲାନ, ଜୀବନ ଲକ୍ଷ୍ୟ, ଜୀବନ ତରୁଣ, ଜୀବନ ଲାଭ, ନ୍ୟୁ ଜୀବନ ମଙ୍ଗଳ, ଭାଗ୍ୟ ଲକ୍ଷ୍ମୀ ପ୍ଲାନ, ଆଧାର ସ୍ତମ୍ଭ, ଅଧାରା ଶିଳା, ଜୀବନ ଉମଙ୍ଗ, ଜୀବନ ସିରୋମଣି, ବୀମା ଶ୍ରୀ ଏବଂ ଏଲଆଇସି ମାଇକ୍ରୋ ବଚତ ସାମିଲ ରହିଛି। ଏଲଆଇସି ନିଜର ୟୁନିଟ ଲିଙ୍କଡ୍‌ ପ୍ଲାନ ନ୍ୟୁ ଏନଡାଉମେଣ୍ଟ ପ୍ଲସକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଏଲଆଇସି ପ୍ରିମିୟମ ୱେବର ବେନିଫିଟ୍‌ ରାଇଡରକୁ ମଧ୍ୟ ଶେଷ କରାଯିବ।

lic plans

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.