Below header

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା

ବୌଦ୍ଧ: ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ । ଖୋର୍ଦ୍ଧା – ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ବନ୍ଦ ପାଳନ । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଳକ୍‌ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସହ ଦୋକାନ ବଜାର ଏବଂ ଯାନବାହନ ଚଳାଚଳ ଠପ ହୋଇଛି । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ସର୍ବାଧିକ ୧୧୦ କିମି ରେଳପଥ ବୌଦ୍ଧ ଜିଲ୍ଲା ଦେଇ ନିର୍ମାଣ ହେବ । ଏଥିପାଇଁ ୯୮ଟି ରାଜସ୍ୱ ଗାଁରୁ ୨୨୬୮ ଏକର ବେସରକାରୀ କୃଷି ଜମି ଅଧିଗ୍ରହଣ କରାଯିବ । ଫଳରେ ୫ ହଜାରରୁ ଅଧିକ ଚାଷୀଙ୍କ ଜୀବନ ଜୀବିକା ଉପରେ ସିଧାସଳଖ ପ୍ରଭାବ ପଡିବ । ଜମିର ବର୍ତ୍ତମାନ ବର୍ଦ୍ଧିତ ଦରକୁ ନେଇ ଜମି ମାଲିକଙ୍କୁ କ୍ଷତିପୂରଣ ଦେବା ପାଇଁ ବାରମ୍ବାର ଦାବି ହୋଇଆସୁଛି । ହେଲେ ଜିଲ୍ଲା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ବୌଦ୍ଧ ସହରର ପ୍ରତ୍ୟେକ ଛକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.