କେବେ ବି ଚିକ୍‌ମିକ୍‌ କରନ୍ତିନି ତାରା, ପୃଥିବୀର ଗତି ଯୋଗୁ ହୋଇଥାଏ ଏମିତି, ଜାଣନ୍ତୁ ଆଉ କିଛି ରୋଚକ ତଥ୍ୟ

ଏ ବିଶ୍ୱ ବ୍ରହ୍ମାଣ୍ଡ ବଡ଼ ବିଚିତ୍ର। ଏଠି ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଆକାଶରେ ଚିକ୍‌ମିକ୍‌ କରୁଥିବା ତାରା, ସୂର୍ଯ୍ୟଙ୍କ ତୁଳନାରେ ଖୁବ୍‌ ବଡ଼? ହଁ, ଏହା ସତ। ସୂର୍ଯ୍ୟ ହେଉଛନ୍ତି ସବୁଠାରୁ ଛୋଟ ନକ୍ଷତ୍ର। ଆଉ ଏହା ବି ସତ ଯେ ଆଖିକୁ ଛୋଟ ଦିଶୁଥିବା ତାରାସବୁ ଉଜ୍ଜ୍ୱଳ ଆଲୋକ ପ୍ରଦାନକାରୀ। ଆଜି ଆମେ ଆପଣଙ୍କୁ ତାରା ସହ ଜଡ଼ିତ କିଛି ବାସ୍ତବ କଥା କହିବାକୁ ଯାଉଛୁ।

stock୧. ଆପଣ ନିଜ ପାଠବହିରେ ପଢ଼ିଥିବେ, ତାରା ଆକାଶରେ ଚିକ୍‌ମିକ୍‌ କରନ୍ତି, କିନ୍ତୁ ଏହା ସତ ନୁହେଁ। ତାରା କେବେ ବି ଚିକ୍‌ମିକ୍‌ କରନ୍ତି ନାହିଁ। ପୃଥିବୀର ଗତି ଯୋଗୁ ଏହା ଆମମାନଙ୍କୁ ଚିକ୍‌ମିକ୍‌ କରୁଥିବାର ଦେଖାଯାଆନ୍ତି।

୨. ଏକ ଆକାଶ ଗଙ୍ଗାରେ ପାଖାପାଖି ୪୦୦ କୋଟି ତାରା ରହିଥାଆନ୍ତି। ବ୍ରହ୍ମାଣରେ ଏମିତି ୫୦୦ଟି ଆକାଶ ଗଙ୍ଗା ଅଛି। ତେଣୁ ତାରାଗୁଡ଼ିକୁ ଗଣିବା ଅସମ୍ଭବ।

୩. ପୃଥିବୀର ସବୁଠାରୁ ନିକଟତମ ତାରା ପ୍ରୋକ୍ସିମା ସେଣ୍ଟୋରୀ, ଯାହାକି ପୃଥିବୀଠାରୁ ପାଖାପାଖି ୪.୨ ପ୍ରକାଶ ବର୍ଷର ଦୂରତାରେ ରହିଛି।

stars-୪. ବ୍ରହ୍ମାଣ୍ଡରେ ଅନେକ ରଙ୍ଗର ତାରା ଅଛନ୍ତି, ଯେଉଁଗୁଡ଼ିକ ମୁଖ୍ୟତଃ ନାଲି, ନୀଳ ଏବଂ ଧଳା ରଙ୍ଗର।

୫. ବେଟେଲ୍‌ଗେଉସେ ନାମକ ତାରାର ଓଜନ ସୂର୍ଯ୍ୟଙ୍କ ଠାରୁ ୨୦ ଗୁଣା ଅଧିକ ଏବଂ ଏହା ସୂର୍ଯ୍ୟଙ୍କ ତୁଳନାରେ ପାଖାପାଖି ୧୦୦୦ ଗୁଣା ବଡ଼।

୬. VY Canis Majoris ନାମକ ତାରା ବ୍ରହ୍ମାଣ୍ଡରେ ସବୁଠାରୁ ବଡ଼। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତାରା ସୂର୍ଯ୍ୟଙ୍କ ତୁଳନାରେ ପାଖାପାଖି ୧୮୦୦ ଗୁଣା ଅଧିକ ବଡ଼। ସୂର୍ଯ୍ୟ ଏହା ସାମ୍ନାରେ ପିମ୍ପୁଡ଼ି ଭଳି ଦେଖାଯାଇଥାନ୍ତି ।

୭. ଯେତେ ବଡ଼ ତାରା ହୋଇଥାଏ, ତାହାର ଜୀବନ ସେତିକି କମ୍‌ ହୋଇଥାଏ।

stars୮. ଯେତେବେଳେ ଆମେ ଆକାଶରେ ତାରା ଦେଖୁ, ତାହା ବାସ୍ତବରେ ସେହି ଜାଗାରେ ନ ଥାଏ, ବରଂ ହଜାର ବର୍ଷ ପୂର୍ବରୁ ସେହି ତାରା ଦ୍ୱାରା ଛଡ଼ାଯାଇଥିବା ଆଲୋକ ଆମକୁ ଦେଖାଯାଇଥାଏ।

୯. ସବୁଠାରୁ ଥଣ୍ଡା ତାରାର ରଙ୍ଗ ନାଲି ହୋଇଥାଏ।

୧୦. ସବୁଠାରୁ ଗରମ ତାରାର ରଙ୍ଗ ନୀଳ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.