Below header

ସଫଳତା ପଥେ ଚନ୍ଦ୍ରଯାନ-୩: ସରିଲା କକ୍ଷପଥ ଯାତ୍ରା, ଆଜି ଅଲଗା ହେବେ ‘ଲ୍ୟାଣ୍ଡର’ ଓ ‘ରୋଭର’

ସରିଲା ଚନ୍ଦ୍ରଯାନ-୩ର କକ୍ଷପଥ ଯାତ୍ରା । ଆଜି ଅଲଗା ହେବେ 'ଲ୍ୟାଣ୍ଡର' ଓ 'ରୋଭର' । ୩୪ ଦିନ ଧରି ଏକାଠି ମହାକାଶ ଯାତ୍ରା କରିବା ପରେ ଆଜି ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରପଲସନ୍ ମଡ୍ୟୁଲ୍ ପରସ୍ପରଠାରୁ ପୃଥକ ହେବେ । ଏହାପରେ ରୋଭର ‘ପ୍ରଜ୍ଞା’କୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ ।

ନୂଆଦିଲ୍ଲୀ : ସରିଲା ଚନ୍ଦ୍ରଯାନ-୩ର କକ୍ଷପଥ ଯାତ୍ରା । ଆଜି ଅଲଗା ହେବେ ‘ଲ୍ୟାଣ୍ଡର’ ଓ ‘ରୋଭର’ । ୩୪ ଦିନ ଧରି ଏକାଠି ମହାକାଶ ଯାତ୍ରା କରିବା ପରେ ଆଜି ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରପଲସନ୍ ମଡ୍ୟୁଲ୍ ପରସ୍ପରଠାରୁ ପୃଥକ ହେବେ । ଏହାପରେ ରୋଭର ‘ପ୍ରଜ୍ଞା’କୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ । ପ୍ରପଲସନ୍ ମଡ୍ୟୁଲ୍ ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ । ବୁଧବାର ସକାଳେ ଇସ୍ରୋ ଚନ୍ଦ୍ରଯାନ-୩ର ଆଉ ଏକ ମାନିଉଭର ସମ୍ପନ୍ନ କରି ଏହାକୁ ଚନ୍ଦ୍ରର ପ୍ରାୟ ବୃତ୍ତାକାର ୧୫୩ କିମି ଗୁଣନ ୧୬୩ କିମି କକ୍ଷପଥରେ ସ୍ଥାପନ କରିଛି । ଆଜି ଦୁଇଟି ମଡ୍ୟୁଲ ଚନ୍ଦ୍ରର ଚାରିପଟେ ୧୦୦ କିଲୋମିଟର ଗୁଣନ ୩୦ କିଲୋମିଟର ବୃତ୍ତାକାର କକ୍ଷପଥରେ ପ୍ରବେଶ କରିବେ ।

୧୮ ତାରିଖରେ ଚନ୍ଦ୍ରପୃଷ୍ଠର ଅତି ନିକଟତର ହେବ ଲ୍ୟାଣ୍ଡର । ଏହାର କକ୍ଷପଥର ଉଚ୍ଚତା ହ୍ରାସ କରାଯିବ । ୨୦ ତାରିଖ ରାତିରେ ଲ୍ୟାଣ୍ଡର ମଡ୍ୟୁଲର ଡିଅର୍ବିଟିଂ ହେବ । ଏହାପରେ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଟ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭରେ ବେଗ ପ୍ରତି ସେକେଣ୍ଡରେ ପାଖାପାଖି ୧.୬୮ କିଲୋମିଟର ରହିବ । ଲ୍ୟାଣ୍ଡିଂରେ ସବୁଠୁ ଚ୍ୟାଲେଞ୍ଜିଂ ହେଉଛି ଲ୍ୟାଣ୍ଡର ବେଗକୁ ୩୦ କିଲୋମିଟର ଉଚ୍ଚତାରୁ ଅନ୍ତିମ ଅବତରଣ ଯାଏ ଆଣିବା । ଏଯାଏ ମୁନ୍ ମିଶନରେ ସବୁ କିଛି ଠିକଠାକ୍ ଚାଲିଛି । ଆଗାମୀ ଅଭିଯାନ ଠିକ୍ ରହିଲେ ୨୩ ତାରିଖରେ ଇତିହାସ ରଚିବ ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ଚତୁର୍ଥ ଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.