ବଜ୍ରପାତ ନେଲା ୧୪ ଜୀବନ, ୧୦ ଗୁରୁତର

ବଜ୍ରପାତ ନେଲା ୧୪ ଜୀବନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଘଟି ୧୪ ଜଣଙ୍କ ଜୀବନ ଯାଇଛି । ଏକାଧିକ ଗୁରୁତର ହୋଇଛନ୍ତି ।

(କେନ୍ୟୁଜ): ବଜ୍ରପାତ ନେଲା ୧୪ ଜୀବନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଘଟି ୧୪ ଜଣଙ୍କ ଜୀବନ ଯାଇଛି । ଏକାଧିକ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ବସ୍ତା ଓ ଔପଦା ବ୍ଲକରେ ବଜ୍ରପାତ ଘଟି ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ୩ଜଣଙ୍କ ମୃତୁ୍ୟ ହୋଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲା ଦଶରଥପୁର ଥାନା ମାଁସଡ଼ା ବିନ୍ ଦା ଅଞ୍ଚଳରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପୋଲିସ ବିଭିନ୍ନ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.