Below header

ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହେଲେ ନୁସରତ ଜହାଁ, କହିଲେ- “ମୁଁ ମୁସଲିମ୍ ହିଁ ରହିବି”

ଆଜି ପବିତ୍ର ରଥଯାତ୍ରା ଅବସରରେ କୋଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ନୁସରତ ଜହାଁ ଇସ୍କନ୍ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ରଥଟଣା ଉତ୍ସବରେ ନିଜକୁ ସାମିଲ ମଧ୍ୟ କରିଥିଲେ। ତେବେ ନୁସରତଙ୍କ ସହ ତାଙ୍କ ସ୍ବାମୀ ନିଖିଲ ଜେନ୍ ମଧ୍ୟ ନଜର ଆସିଥିଲେ।

Nusrat-Jahan

ନୁସରତ ତାଙ୍କ ସ୍ବାମୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ପୂଜାବେଦୀରେ ଠାକୁରଙ୍କ ପୂଜା ଅର୍ଚ୍ଚନା କରିଥିଲେ। ଏହାସହ ରଥକୁ କିଛି ବାଟ ଟାଣି ମଧ୍ୟ ଥିଲେ। ଏହି ସମୟରେ ନୁସରତ କହିଥିଲେ “ମୁଁ ସମସ୍ତ ସମ୍ପଦ୍ରାୟକୁ ସମ୍ମାନ ଦେଇଥାଏ। ତାହାକୁ ନେଇ ବେକାରରେ ରାଜନୀତି କରାଯାଉଛି। ଏହାପରେ ସେ କହିଲେ ମୁଁ ମୁସଲିମ୍ ଆଉ ମୁସଲିମ୍ ହିଁ ରହିବି”।

ଆପଣଙ୍କୁ କହିବାକୁ ଚାହିଁବୁ ଶ୍ରୀକ୍ରୁଷ୍ଣ ଭକ୍ତିର ପ୍ରଚାର କରୁଥିବା ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ଇସ୍କନ୍ ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜହାଁଙ୍କୁ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.